Type Here to Get Search Results !

ପଥରଗାଡ଼ିଆ ହେଲା ସାପ୍ତାହିକ କ୍ବାରେନଣ୍ଟାଇନ୍ ଜୋନ୍

 


ଭୁବନେଶ୍ୱର :-

 ଇନ୍‌ଫୋସିଟି ଅଞ୍ଚଳ ନିକଟ ରାଜଧାନୀ ଉପକଣ୍ଠ ପଥରଗାଡ଼ିଆ ପଞ୍ଚାୟତ ହେଲା ସସ୍ତାହକ ପାଇଁ କ୍ବାରେନଣ୍ଟାଇନ୍ ଜୋନ୍। ଏହି ଅଞ୍ଚଳରେ ଏକାଧିକ ଲୋକ କରୋନା ଆକ୍ରାନ୍ତ ଥିବାରୁ ସୁରକ୍ଷା ଦୁଷ୍ଟିକୁ ଆଖିଆଗରେ ରଖି ସ୍ଥାନୀୟ ସରପଞ୍ଚ ରାଜଶ୍ରୀ ସାମନ୍ତରାୟ ଏପରି ନିଷ୍ପତି ନେଇଛନ୍ତି। ସୂଚନା ଅନୁଯାୟୀ ଗତ ସପ୍ତାହକ ମଧ୍ୟରେ ଏହି ଅଞ୍ଚଳରେ ଆକ୍ରାନ୍ତ ସଂଖ୍ୟ ବୃଦ୍ଧିପାଇଥିଲା। ଫଳରେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ଏହାନେଇ ସ୍ଥାନୀୟ ମୁରବି ଶ୍ରେଣୀ ଲୋକଙ୍କ ମଧ୍ୟରେ ଆଲୋଚନା କରାଯାଇ ସରପଞ୍ଚ ଉକ୍ତ ଅଞ୍ଚଳକୁ ଏକ ସପ୍ତାହପାଇଁ କ୍ବାରେନଣ୍ଟାଇନ୍ ଜୋନ୍ ଭାବେ ଘୋଷଣା କରିବା ନେଇ ନିଷ୍ପତି କରାଯାଇଛି। ଆଜି ଠାରୁ ଏହି ଜୋନ୍ ସିଲ୍ ସିଲ୍ ହେଲା । ଏହି ଜୋନ୍ ମଧ୍ୟରେ ପଥରଗାଡ଼ିଆଠାରୁ ମହିମା ନଗର ଓ ‌କିସ୍ ବିଶ୍ବବିଦ୍ୟାଳୟ ରୋଡ଼ ଆସୁଥିବା ଜଣାପଡ଼ିଛି। ଆସନ୍ତା କାଲିଠାରୁ ଉକ୍ତ ରାଜବାଟିକା ରାସ୍ତା, ପଥରଗାଡ଼ିଆ ରାସ୍ତା ଓ ଏହାର ବିଭିନ୍ନ ଯୋଗ‌ାଯୋଗ ରାସ୍ତାକୁ ସିଲ୍ କରାଯିବାନେଇ ବନ୍ଦବସ୍ତ କରାଯାଇଛି। ଏହି ଅଞ୍ଚଳ ଉଭୟ ଇନ୍‌ଫୋସିଟି ଓ ଚନ୍ଦକା ଥାନା ଅଧିନରେ ଥିବାରୁ ଉଭୟ ଥାନା ପୁଲିସ୍ ଏହି ଅଞ୍ଚଳରେ ପାଟ୍ରୋଲିଂ କରିବେ। 

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.