Type Here to Get Search Results !

ସମାଜସେବୀ ଙ୍କ ଜରା ନିବାସ ପରିଦର୍ଶନ

 

ତାଳଚେର :-

ତାଳଚେର ମହିଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷା ତଥା ସମାଜସେବୀକା ଶ୍ରୀମତୀ ସୋଭଗିନି ଦାସ୍ ଆଜି ତାଳଚେର ବସ୍ ଷ୍ଟାଣ୍ଡ ସ୍ଥିତ ବିଜୁ ପଟ୍ଟନାୟକ ଜରାଶ୍ରମ ପରିଦର୍ଶନରେ ଯାଇଥିଲେ । ତେବେ ସେଠାରେ ରହୁଥିବା ସମସ୍ତ ବୃଦ୍ଧା ଙ୍କ ସ୍ବାସ୍ଥ୍ୟ ବସ୍ତା ପଚାରି ବୁଝିବା ସହ ତାଳଚେର ଅଂଚଳର ସାମ୍ୱାଦିକ ଶ୍ରୀଯୁକ୍ତ ପ୍ରଦୀପ ମହାରଣା ଙ୍କ ସାହାଯ୍ୟରେ ସମସ୍ତ ବୃଦ୍ଧା ଙ୍କୁ ଶୁଖିଲା ଖାଦ୍ୟ ମଧ୍ଯ ବଣ୍ଟନ କରାଯାଇଥିଲା । ଖାଦ୍ୟ ବଣ୍ଟନ ପରେ ସେଠାରେ ଶ୍ରୀମତୀ ଦାସ୍ ଓ ଶ୍ରୀଯୁକ୍ତ ମହାରଣା ଜରା ନିବାସ ୱାର୍ଡେନ୍ ଙ୍କ ସହ କିଛି ଆଲୋଚନା କରିଥିଲେ ।

 ତେବେ ସୁଚନାଯୋଗ୍ୟ ତାଳଚେର ଅଞ୍ଚଳର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ଓ ଅନୁଗୁଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପରିଦର୍ଶନରେ ରେ ଯାଇ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଈଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏଠି ପ୍ରଶ୍ନ ଉଠେ ଜେ ବିଭିନ୍ନ ସରକାରି ଓ ବେସରକାରୀ ସଂସ୍ଥା ଦ୍ବାରା ବିଭିନ୍ନ ସାହାଯ୍ୟ ଓ ସୁବିଧା ପାଇବାର ଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ସୁବିଧା ମିଳିପାରି ନାହିଁ । ତେବେ ଏଥିପ୍ରତୀ ଜିଲ୍ଲାପାଳ ଦୃଷ୍ଟି ଦେଇ ମଧ୍ଯ କୌଣସି କାର୍ଯୟାନୁଷ୍ଠାନ ଗ୍ରହଣ କଲେ ନାହିଁ ବୋଲି ଜରାଶ୍ରମ ୱାର୍ଡେନ୍ ଦୁଃଖ ପ୍ରକାଶ କରିଥିଲେ । ଅନୁଗୁଳ ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.