ଝାରସୁଗୁଡ଼ା :-
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ଆମ୍ବଧର ଜଙ୍ଗଲ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ଜଣକ ମୃତ୍ୟୁ ଘଟିଛି । ଘଟଣା ରୁ ପ୍ରକାଶ ଆଜି ସକାଳ ସମୟ ରେ NH ୪୯ ଝାରସୁଗୁଡ଼ା ପଟୁ ବେଲପାହାଡ଼ ଯିବା ରାସ୍ତାରେ ଏକ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ପୋଲ ତଳକୁ ଖସି ପଡିଥିଲା।
ଏଥିରେ ଟ୍ରକ୍ ଟି ର ହେଲପର ଟ୍ରକ୍ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ। ତେବେ ଟ୍ରକ୍ ର ଡ୍ରାଇଭର ଆହତ ହୋଇ ଚିକିତ୍ସା ପାଇଁ ପଠା ଯାଇଛି । ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ