Type Here to Get Search Results !

ରାଜ୍ୟ ଡିଜିଟାଲ ମିଡ଼ିଆ ସଙ୍ଘର ରାଜ୍ୟ ପାଳ ଙ୍କୁ ଦାବିପତ୍ର


ଭୁବନେଶ୍ୱର :-

ଗତ ମେ ୨୪ ତାରିଖ ଦିନ ରାଜ୍ୟ ଡିଜିଟାଲ ମିଡ଼ିଆ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । କରୋନା କଟକଣା ଭିତରେ ସାମାଜିକ ଦୂରତା ରକ୍ଷା କରି ଏହି ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକରେ ମୁଖ୍ୟ ଆଲୋଚନା ର ବିଷୟ ଦିନକୁ ଦିନ ସାମ୍ବାଦିକ ଙ୍କ ଉପରେ ଯେଉଁ ଆକ୍ରମଣ ହେଉଛି ।


ଜଣେ ସାମ୍ବାଦିକ ଯେତେବେଳେ ସେ ଘରୁ ବାହାରେ ନିୟୁଜ ସଂଗ୍ରହ କରିବା ପାଇଁ କିବା ଖରା, କି ଶୀତ ତାହାକୁ ଖାତିରି ନକରି ସମ୍ବାଦ ପରିବେଷଣ କରିଥାଏ । ସମ୍ବାଦ ପରିବେଷଣ କରି ଲୋକଙ୍କ ପାଖକୁ ପଠାଇଲା ପରେ କେଉଁଠାରୁ ଫୋନରେ ଧମକ ଆସୁଛି ତ କେଉଁଠାରେ ଆକ୍ରମଣର ଶିକାର ହେଉଛନ୍ତି । ଯେପରି ଫୁଲବାଣୀ ଓ ପୁରୀ ରେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି,ରାଜ୍ୟ ସରକାର ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ହିସାବରେ କହୁଥିବାବେଳ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ହେଉଥିବାରୁ ରାଜ୍ୟ ୱେବ ମିଡ଼ିଆ ସଙ୍ଘ ରାଜ୍ୟପାଳଙ୍କୁ ଭେଟି ସାମ୍ବାଦିକଙ୍କ ମୌଳିକ ଅଧିକାର ପାଇଁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.