Type Here to Get Search Results !

ଜନ ମଙ୍ଗଳ ନିମନ୍ତେ ପ୍ରଶଂସନୀୟ

 


ପଦ୍ମପୁର :-

ପଦ୍ମପୁର ବ୍ଲକ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପଣ୍ତରୀପାଣି ଗ୍ରାମ ଝାଞ୍ଜ ପାହାଡ ପାଦଦେଶରେ ଅବସ୍ଥିତ । ଏହି ଗ୍ରାମରେ କେବଳ ଗୋଟିଏ ପୋଖରୀ ଅଛି । ଖରା ଦିନରେ ଏହି ପୋଖରୀରେ ପାଣି ଶୁଖିଯାଏ । ଲୋକ ମାନଙ୍କର ଗାଧୋଇବା ପାଇଁ ବହୁତ ଅସୁବିଧା ହୁଏ । ଏହି ପରିପ୍ରେକ୍ଷୀରେ ଗାଁର ଆନନ୍ଦ କୁମ୍ଭାର ଙ୍କର ଗଭୀର ନଳକୂପ ପାଣି କାଢି ଉପେନ୍ଦ୍ର ବରିହାଙ୍କ ନିର୍ଦ୍ଦେଶ କ୍ରମେ ଶୁଖିଲା ପୋଖରୀରେ ପୂର୍ଣ୍ଣମାତ୍ରାରେ ପାଣି ଭର୍ତ୍ତି କରାଯାଇଛି । ଫଳରେ ଗାଁରେ ସମସ୍ତେ ଏହି ପୋଖରୀରେ ଗାଧୋଇବା ପାଇଁ ଅସୁବିଧା ଦୂର ହୋଇଅଛି । ଏହି ମଙ୍ଗଳ କାର୍ଯ୍ଯ କରି ଥିବାରୁ ଆନନ୍ଦ କୁମ୍ଭାର ଓ ଉପେନ୍ଦ୍ର ବରିହାଙ୍କୁ ଲୋକେ ଭୁରି ଭୁରି ପ୍ରଶଂସା କରୁ ଅଛନ୍ତି । ଏହି କାର୍ଯ୍ଯରେ ଗ୍ରାମର ୱାର୍ଡମେମ୍ବର ଲବୁ ସୁନା,ସୁରେନ୍ଦ୍ର ବରିହା,ଜନ୍ମ ଭୁଏ,ଯଯାତି କେଶରୀ ଭୋଇ,ପରମେଶ୍ୱର ତମଳିଆ ପ୍ରମୁଖ ସହଯୋଗ କରିଥିଲେ । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.