ଲଖନପୁର / ଝାରସୁଗୁଡ଼ା :-
ଝାରସୁଗୁଡା ଜ଼ିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଉବୁଡ଼ା ଗ୍ରାମର ଜଣେ 27ବର୍ଷୀୟ ଯୁବତୀ କର୍ଲାଜୋରି ଇଟା ଫେକଟ୍ରି ରୁ 2019 ମସିହା ଜୁନମାସ କାମସାରି ଘରକୁ ଫେରୁଥିବା ସନ୍ଧ୍ୟା ସମୟରେ ତାଙ୍କୁ ଜଣେ ଅଚିନ୍ହା ଯୁବକ ଜଙ୍ଗଲରେ ଜୋର ଜବରଦସ୍ତ ଅଟକରଖି ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି। ଏ ନେଇ ଲଖନପୁର ଥାନାରେ କେଶ ନମ୍ବର-83/21ଅନୁସାରେ ଏକ ମାମଲା ରୁଜୁ କରାଯାଇଛି। ଏହି ମାମଲାକୁ ଲଖନପୁର ଆଇଆଇସି ଦୁଃଖିରାମ ସାହୁଙ୍କ ତତ୍ପବଧାନରେ ତଦନ୍ତ ଚାଲିଥିବା ବେଳେ ବହୁଦିନର ଘଟଣା ହୋଇ ଥିବାରୁ ଆସାମୀକୁ ପୋଲିସ ପକ୍ଷରୁ ଖୋଜା ଚାଲିଥିବା ଲଖନପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି,। ତେବେ ପାଖାପାଖି ଦୁଇବର୍ଷ ତଳେ ଝିଅଟି କେଉଁ ପ୍ରକାର ରେ ଏ ନେଇ ଅଭିଯୋଗ ଦାଖଲ କରିଛନ୍ତି ଓ କାହା ଚାପରେ ଏତେ ଦିନ ଚୁପରହିଥିଲେ, ତାହା ମଧ୍ୟ ତଦନ୍ତ ସାପେକ୍ଷ। ଝାରସୁଗୁଡା ଲଖନପୁର ରୁ ସମୀର ଙ୍କ ରିପୋର୍ଟ