ପଦ୍ମପୁର :-
ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପ୍ରତି ଗ୍ରାମ ମାନଙ୍କରେ ଆଶା ଦିଦି ଙ୍କ ଠାରେ ଅକସିଟର୍ ଜରିଆରେ ମହାମାରୀ କରୋନା କୁ ଦୃଷ୍ଟିରେ ରଖି ରୋଗୀ ଙ୍କ ଅକ୍ସିଜେନ ଯାଞ୍ଚ କରିବାପାଇଁ ଅକସିମିଟର ଗାଁ କଲ୍ୟାଣ ସମିତି ର ରାଶି ରୁ କିଣା ଯାଇଛି lକେତେକ ଯାନ୍ତ୍ରିକ ତ୍ରୁଟି କାରଣ ରୁ ବରଗଡ଼ ଜିଲ୍ଲାର ବୁକୁରାମୁଣ୍ଡା ସବସେଣ୍ଟର ରେ ଯାଉଥିବା ଲହଙ୍ଗୀର ଗ୍ରାମରେ ଥିବା ଅକସିମିଟର ଅଚଳ ହୋଇ ଯିବାରୁ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ମେଡିକାଲ ଅଫିସର ଙ୍କ ନିର୍ଦ୍ଦେଶକ୍ରମେ ବୁକୁରାମୁଣ୍ଡା ଉପକେନ୍ଦ୍ର ଖୋଲା ପାଣ୍ଠି ରୁ ଏକ ଅକସିମିଟର କିଣାଯାଇ ସ୍ଥାନୀୟ ଅଙ୍ଗନବାଡ଼ି ଶ୍ରୀମତୀ ଅଁଏଲାବତୀ ପ୍ରଧାନ ଏବଂ ଆଶାକର୍ମୀ ଶ୍ରୀମତୀ ବିଳାସିନୀ ପାତ୍ର ଙ୍କୁ ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳୀ ଦାଶ ପ୍ରଦାନ କରିଥିଲେ lଏ ଅବସର ରେ ଆଜି ଲହଙ୍ଗୀର ଗ୍ରାମ ରେ ଟୀକାକରଣ ତର୍ଜମା ରେ ଆସିଥିବା ମୋବାଇଲ ଟିମ୍ ଡାକ୍ତର ଶ୍ରୀମାନ ସୁଦିପ୍ତ ସାହୁ ଙ୍କ ଉପସ୍ଥିତି ପ୍ରଦାନ ପରେ ହୋମ ଭିଜିଟ୍ ଯାଇ କେତେକ କରୋନା ପଜେଟିଭ ଙ୍କ ଅକ୍ସିଜେନ ଲେବଲ ମଧ୍ୟ ଡଃ ଶ୍ରୀ ସାହୁ ପରିକ୍ଷା କରିଥିଲେ lଲୋକଙ୍କୁ ମହାମାରୀ କରୋନା କୁ ଦୃଷ୍ଟିରେ ରଖି ଜନସଚେତନ ରହିବାକୁ ପରାମର୍ଶ ପ୍ରଦାନ କରିଥିଲେ l ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ