ଭୁବନେଶ୍ୱର :-
ଓଡ଼ିଶା ସରକାରଙ୍କର କୋଭିଡ ରୋଗୀଙ୍କ ପାଇଁ ସେବାର ପରିଚାଳନା ଅତି ନୈରାଶ୍ୟଜନକ ବୋଲି ଆଜି ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକାରଙ୍କ ସହାୟତା ତୁଳନାରେ ପ୍ରଚାର ଅଧିକା ଏବଂ କୋଭିଡ ସେବା ପରିଚାଳନାରେ ରାଜ୍ୟ ସରକାର କେବଳ ପ୍ରଚାର ସର୍ବସ୍ୱ ହୋଇଛନ୍ତି ବୋଲି ଶ୍ରୀ ମାଝୀ ତିରସ୍କାର କରିଛନ୍ତି । ସଂକ୍ରମଣ ଅତି ଦ୍ରୁତ ଗତିରେ ଗାଁ ମୁହାଁ ହୋଇପଡ଼ିଛି । ରାଜ୍ୟର ୫୭ ପ୍ରତିଶତ ଗ୍ରାମାଂଚଳରେ ସଂକ୍ରମଣ ପଂହଚିଗଲାଣି । ମୁଖ୍ୟମନ୍ତ୍ରୀ ଏହି ପରିସ୍ଥିତିରେ ସରପଂଚ ମାନଙ୍କୁ ଜିଲ୍ଲାପାଳର ଦାୟିତ୍ୱ ଦେଇ ଏକ ପ୍ରହେଳିକା ସୃଷ୍ଟି କରିଛନ୍ତି । ଗତ କରୋନା ମହାମାରୀ ସମୟରେ ସରପଂଚମାନେ କେତେ ଅସହାୟ ଥିଲେ ଏବଂ କରୋନା ପୀଡ଼ିତଙ୍କ ପାଇଁ ସେମାନଙ୍କ ଦ୍ୱାରା କୃତ ବ୍ୟବସ୍ଥା କେତେ ସଫଳ ହୋଇପାରିଥିଲା ତାହା ଓଡ଼ିଶାବାସୀ ଅଙ୍ଗେ ନିଭାଇଛନ୍ତି । ସରପଂଚ ମାନଙ୍କୁ ଖାଲି ସରକାରୀ ଘୋଷଣା ମାଧ୍ୟମରେ ଜିଲ୍ଲାପାଳର କ୍ଷମତା ଦିଆଯାଇଛି । ମାତ୍ର ସେମାନଙ୍କ ପାଖରେ ଏପରି ପ୍ରସ୍ତୁତି ନାହିଁ । ସରକାର ମଧ୍ୟ ସରପଂଚଙ୍କ କୋଭିଡ ସେବାର ତଦାରଖ ଏବଂ ପରିଚାଳନା କରିବାପାଇଁ ଉପଯୁକ୍ତ ବ୍ୟବସ୍ଥା କରି ନାହାଁନ୍ତି । ଗ୍ରାମାଂଚଳ ଗୁଡ଼ିକରେ ସଙ୍ଗରୋଧ ସେବାକେନ୍ଦ୍ର ହୋଇପାରିଲା ନାହିଁ । ଟେଷ୍ଟିଂ ବୃଦ୍ଧି ନୈରାଶଜନକ । ଏପ୍ରିଲ ୧୫ରୁ ମହାମାରୀ ଭୟାବହ ରୂପ ନେଉଥିବା ବେଳେ ଏବଂ ପଡ଼ୋଶୀ ରାଜ୍ୟର ୧୦ ଟି ଜିଲ୍ଳାରେ ଅନିୟନ୍ତ୍ରିତ ହୋଇଥିଲା ବେଳେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରିନାହାଁନ୍ତି । ଆଜି ବନ୍ଦା ଜନଜାତି ଏବଂ ସୁଦୁର ବଣ ଜଙ୍ଗଲରେ ବାସକରୁଥିବା ଜନଜାତି କରୋନା ଆକ୍ରାନ୍ତ ହୋଇଥିଲା ବେଳେ ସରକାର ଏଥିପ୍ରତି ଉପଯୁକ୍ତ ତତ୍ପରତା ପ୍ରଦର୍ଶନ କରିନାହାଁନ୍ତି । ବିଶେଷକରି ୮ଟି ହସପିଟାଲ ବୁଲି ଚିକିତ୍ସା ସୁବିଧା ପାଇପାରି ନଥିବା ବାଲିପାଟଣାର ୨୫ବର୍ଷିଆ କୋଭିଡ ରୋଗୀ ସ୍ୱର୍ଣ୍ଣଲତା ପାଳର ମୃତ୍ୟୁ ଘଟଣା ନବୀନ ସରକାର ବିଫଳତା ଏବଂ ମା’କୁ ସମ୍ମାନ ବଦଳରେ ମାତୃଜାତି ପ୍ରତି କେତେ ସମ୍ମାନ ତାହା ଜଣାପଡ଼ୁଛି । କୌଣସି ମେଡିକାଲ ରୋଗୀଙ୍କୁ ଫେରାଇ ପାରିବେ ନାହିଁ ବୋଲି ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିବା ସ୍ୱତେ ସ୍ୱର୍ଣ୍ଣଲତା ପାଲଙ୍କୁ ୮ଟି ହସପିଟାଲ ଫେରାଇ ଦେବା ଠିକ ଥିଲାକି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମାଝୀ । ମହିଳା ଜଣକ ଷ୍ଟେଟିଂ କରିବା ପାଇଁ ୮ ଘଂଟା ବୁଲିବା ପରେ ଟେଷ୍ଠିଂ କରିବା ୧୦ ମିନିଟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଭୁବନେଶ୍ୱରର ପାଖ ଅଂଚଳରେ ଯଦି ଏହି ଅବସ୍ଥା ତାହାହେଲେ ସମଗ୍ର ଓଡ଼ିଶା ଗ୍ରାମାଂଚଳରେ କିପିରି ସ୍ଥିତି ଥିବ ଏଥିରୁ ଅନୁମେୟ । ସ୍ୱର୍ଣ୍ଣଲତା ପାଲଙ୍କୁ କାହିଁକି ଚିକିତ୍ସା ମିଳିଲା ନାହିଁ । ବାଲିଅନ୍ତା ହସପିଟାଲ ଓ କ୍ୟାପିଟାଲ ହସପିଟାଲରେ କାହିଁକି ତାଙ୍କର ଟେଷ୍ଠିଂ କରାଗଲା ନାହିଁ । ସରକାରଙ୍କୁ ଠାରୁ ଉତ୍ତର ଆମେ ଦାବି ଚାହୁଁଛୁ ବୋଲି ଶ୍ରୀ ମାଝୀ କହିଥିଲେ। ଓଡ଼ିଶା ସରକାର କହୁଛନ୍ତି ୭୦ ପ୍ରତିଶତ ଆୟୁସିୟୁ ବେଡ ଖାଲିଅଛି କିନ୍ତୁ ବେଡ଼ ନ ପାଇ ସ୍ଵର୍ଣଲତା ମୃତ୍ୟୁ ବରଣ କଲେ। ତେଣୁ ଏହା ହତ୍ୟାକାଣ୍ଡ ।ଏହି ମାମଲାରେ ହତ୍ୟା ମାମଲା ରୁଜୁ ହେବା ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଛି କଂଗ୍ରେସ । ସେହିପରି ବିଧାୟ ସୁରେଶ କୁମାର ରାଉତରାୟ ଯୋଗଦେଇ ସ୍ୱର୍ଣ୍ଣଲତାଙ୍କ ମୁତ୍ୟୁପରି ରାଜ୍ୟରେ ବିଶେଷକରି ଭୁବନେଶ୍ୱର ଜଟଣୀ ଅଂଚଳରେ ଅନେକ ଗୁଡ଼ିଏ ରୋଗୀ ମୃତ୍ୟୁବରଣ କରୁଛନ୍ତି ।ଯାହାର ହିସାବ ସରକାର ଲୁଚାଉଛନ୍ତି। ଏଥିପାଇଁ ସରକାରଙ୍କୁ ସମାଲୋଚନା କରିଥିଲେ ଶ୍ରୀ ରାଉତରାୟ । ଗତକାଲି ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିଲେ । ଆମେ ବିଧାୟକମାନେବି ଯୋଗ ଦେଇଥିଲୁ ମୁଖ୍ୟମନ୍ତ୍ରୀ ଘରେ ରହି ରାଜ୍ୟରେ କୋଭିଡ ପରିଚାଳନାକୁ ନେଇ ନିଜର ବକ୍ତବ୍ୟ ରଖିଥିଲେ କିନ୍ତୁ ଆମମାନଙ୍କୁ କିଛି କହିବାକୁ ସୁଯୋଗ ଦେଲେ ନାହିଁ । ତେବେ ଏହି ପ୍ରେସ ବିଜ୍ଞପ୍ତି ଜରିଆରେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ସଠିକ ରୂପରେ କୋଭିଡ ପରିଚାଳନା କରନ୍ତୁ, ଆୟୁସିୟୁ ବେଡ ସଂଖ୍ୟା ବଢ଼ାନ୍ତୁ, ଠିକରେ ଟେଷ୍ଟିଂ ପରୀକ୍ଷା, ଟୀକା ଦେବା, ଆମ୍ବୁଲାନ୍ସ ସେବା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଯୋଗଦେଇ ରାଜଧାନୀ ବାସୀଙ୍କୁ ଟୀକାଦାନ,କରୋନା ରୋଗୀଙ୍କ ପରୀକ୍ଷା ରାଜଧାନୀରେ ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କରାଯାଉଛି ସେଥିରେ ମଧ୍ୟ ପାତର ଅନ୍ତର ହେଉଛି ବୋଲି ସେ ଅଭିଯୋଗ କରିଥିଲେ । ସେ ସିଧାସଳଖ କହିଥିଲେ ଯେ ପ୍ରତି ୱାର୍ଡରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଜୀନିତି କରଣ କରାଯାଉଛି। ବିଜେଡ଼ିର ପ୍ରତିନିଧିମାନେ ନିଜ ଲୋକଙ୍କୁ ପ୍ରଥମେ ଟୀକାକରଣ କରାଉଛନ୍ତି ଯାହାକୁ ନେଇ ରାଜଧାନୀ ବାସୀ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏହାକୁ ଆମ କଂଗ୍ରେସ ଦଳ ଦୃଢ଼ ନିନ୍ଦା କରୁଛି ଏବଂ ସରକାର କୋଭିଡ ପରିଚାଳନା କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରୁଛି ନଚେତ କଂଗ୍ରେସ ଦଳ ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବ ବୋଲି ସରକାରଙ୍କୁ ଚେତେଇ ଦେଇଛନ୍ତି ଶ୍ରୀ ଦାଶ । ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ