Type Here to Get Search Results !

ଜିଲା କଂଗ୍ରେସ ପକ୍ଷରୁ କୋଭିଡ ହେଲ୍ପ ସେଣ୍ଟର ଆରମ୍ଭ

 


ବ୍ରଜରାଜନଗର / ଝାରସୁଗୁଡ଼ା :-

ରାଜ୍ୟ ରେ କରୋନା ମହାମାରୀ ସଂକ୍ରମଣ ବଢ଼ି ଚାଲିଥିବା ବେଳେ କଂଗ୍ରେସ ଏବେ ହେଲପଲାଇନ ସେବା ଆରମ୍ଭ କରିଛି,ଜିଲା କଂଗ୍ରେସ ପକ୍ଷରୁ ବ୍ରଜରାଜନଗର ମୁଖ୍ୟ ବଜାର ରେ ଆରମ୍ଭ ହେଉଛି କୋଭିଡ ହେଲ୍ପଲାଇନ ସେଣ୍ଟର। ସ୍ଥାନୀୟ ଲୋକଙ୍କୁ ୯୨୩୮୪୪୦୦୯୨ ନମ୍ବର ଦିଆଯିବାକୁ ଥିବା ବେଳେ କୋଭିଡ଼ ସମ୍ପନ୍ଧୀୟ ସୂଚନା ଜନସାଧାରଣଙ୍କୁ ମିଳିପାରିବ, ଅକ୍ସିଜେନ,ରନ୍ଧା ଖାଦ୍ୟ ଯୋଗେଇ ଦିଆଯିବ। ଜନସାଧାରଣ ଏହି ନମ୍ବରରେ ଯୋଗାଯୋଗ କଲେ କରୋନା ସମ୍ବନ୍ଧୀୟ ସେବା ଓ ସୁବିଧା ମିଳିବ। ଏହା ଦ୍ୱାରା ଆମର ରୋଗୀଙ୍କ ଭିତରେ ଥିବା ସମ୍ପର୍କ ଗଡ଼ି ଉଠିବ । ଜିଲା ସାଧାରଣ ସମ୍ପାଦକ ଜୀବନ ସାର୍ଥକ ଦାସଙ୍କ ନେତୃତ୍ୱରେ ଏହି କୋଭିଡ ହେଲ୍ପ ସେଣ୍ଟର ଉଦଘାଟନ କରାଯାଇଛି, ଜିଲା କଂଗ୍ରେସ ସଭାପତି ଭରତ ଅବସ୍ତି ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ,ସମ୍ମାନିତ ଅତିଥିଭାବେ ସନ୍ତୋଷ ବଡ଼ପଣ୍ଡା,ରାମଦାସ ପଣ୍ଡା,ଦେବେଶ ପଣ୍ଡା,ସୁନୀଲ ଦାସ ପ୍ରମୁଖ ଯୋଗ ଦେଇଥିଲେ ।  

ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.