Type Here to Get Search Results !

ତାଳଚେର ର ସମସ୍ତ ହସ୍ପିଟାଲରେ କୋଭିଡ ଟେଷ୍ଟ ବନ୍ଦ କୁ ନେଇ ବିଜେପି ର ଉଦବେଗ

 


ତାଳଚେର :-

ତାଳଚେର ଉପଖଣ୍ଡ ହସ୍ପିଟାଲ, ଗୋଡ଼ିବନ୍ଧ ହସ୍ପିଟାଲ ଏବଂ କଣିହାଁ ହସ୍ପିଟାଲରେ କୋଭିଡ ଟେଷ୍ଟ ବନ୍ଦ ହେବା କାରଣରୁ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଦୂର ଦୁରାନ୍ତ ରୁ ଦୈନିକ ଜନ ସାଧାରଣ ହସ୍ପିଟାଲ କୁ ଦୌଡ଼ି ଦୌଡ଼ି ନୟାନ୍ତ ଏବଂ ଅଯଥାରେ ଖର୍ଚ୍ଚାନ୍ତ ହେଉଛନ୍ତି।ଦିନେ ଟେଷ୍ଟ ହେଲେ ତିନି ଦିନ ବନ୍ଦ ପୁଣି ଟେଷ୍ଟ ପାଇଁ ଲୋକ ଲାଇନ ରେ ଘଣ୍ଟା ଘଣ୍ଟା ଧରି ଛିଡା ହେଲା ବେଳକୁ କୀଟ ସରିଯାଉଛି।ଏଭଳି ଦୟନୀୟ ଅବସ୍ଥାକୁ ନେଇ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଉଦବେଗ ପ୍ରକାଶ କରିବା ସହ ତାଳଚେର ଭଳି ଏକ ଶିଳ୍ପାଞ୍ଚଳ ରାଜ୍ୟ ସରକାରଙ୍କୁ ହଜାର ହଜାର କୋଟି ଟଙ୍କା ରାଜସ୍ଵ ଦେଉଥିଲା ବେଳେ ଏ ଅଞ୍ଚଳପ୍ରତି ବୈମାତୃକ ମନୋଭାବ ପୋଷଣ କରାଯାଉଛି।

ତାଳଚେର ର ସମସ୍ତ ସରକାରୀ ଡାକ୍ତରଖାନାରେ କୋଭିଡ ଟେଷ୍ଟ ଠିକ ଭାବେ ହେଉନାହିଁ ଏବଂ ଏ ଅଞ୍ଚଳକୁ କମ ସଂଖ୍ୟାରେ ଟେଷ୍ଟିଙ୍ଗ କୀଟ ପଠାଯାଉଥିବାରୁ ଏବଂ ଉପଖଣ୍ଡ ଡାକ୍ତର ଖାନାରେ ଆର ଟି ପି ସି ଆର ଟେଷ୍ଟ ନହେବା ଦୁଃଖର ବିଷୟ ବୋଲି ଶ୍ରୀ ସାମଲ କ୍ଷଭୋ ର ସହ ପ୍ରକାଶ କରିଛନ୍ତି।ତାଳଚେର କୁ ସବୁ କ୍ଷେତ୍ରରେ ଉପେକ୍ଷିତ କରିବା ଠିକ ନାହିଁ, ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ,ଏବଂ ରାଜ୍ୟ ସରକାର ତୁରନ୍ତ ପର୍ଯ୍ୟାପ୍ତ ପରିମାଣରେ ତାଳଚେର ର ସମସ୍ତ ସରକାରୀ ଡାକ୍ତରଖାନାରେ କୋଭିଡ ଟେଷ୍ଟ କରିବା ପାଇଁ ଶ୍ରୀ ସାମଲ ଦାବୀ ଉପସ୍ଥାପନ କରିଛନ୍ତି।

ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.