ପଦ୍ମପୁର :-
ପଦ୍ମପୁର ବ୍ଲକ ଅନ୍ତର୍ଗତ ସର୍ଗିବାହାଲ ଗ୍ରାମ ପଞ୍ଚାୟତ ପଣ୍ତରୀପାଣି ଗ୍ରାମରେ ଗ୍ରାମର ସ୍ବେଚ୍ଛାସେବୀ ଯୁବକ ମାନଙ୍କର ପ୍ରଚେଷ୍ଟାରେ କୋଭିଡ ଗାଇଡ ଲାଇନ ନିୟମ ମାନି ଗାଁରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ହାତରେ ସାନିଟାଇଜର ଧରି ଓ ମାସ୍କ ଧରି ଗ୍ରାମର ପ୍ରତ୍ୟେକ ଘରକୁ ଘର ଯାଇ ଲୋକ ମାନଙ୍କୁ ସଚେତନ କରାଇ ଥିଲେ । ପ୍ରତ୍ୟେକ ଲୋକଙ୍କୁ ଅଯଥା ଘରୁ ନବାହାରି ଯାଇ ବୁଲାବୁଲି ନ କରି ଘରେ ରହିବାକୁ ପରାମର୍ଶ କରିଥିଲେ । ବାହାରକୁ ଯଦି ଅତ୍ଯାବଶ୍ଯକ କାର୍ଯ୍ଯରେ ଯାଉ ଅଛନ୍ତି ତେବେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବା ନିମନ୍ତେ ପରାମର୍ଶ କରିଥିଲେ । ପ୍ରତ୍ୟେକ ଘରକୁ ଯାଇ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୱାର୍ଡମେମ୍ବର ଲବ ସୁନା,ରଘୁନାଥ କ୍ଲବର ସମସ୍ତ ସଦସ୍ଯ ପରମେଶ୍ୱର ତମନିଆ,ସୁରେନ୍ଦ୍ର ବରିହା,ଯଯାତୀ କେଶରୀ ଭୋଇ,ଚିତ୍ରାଙ୍ଗଦା ସୁନା,ବିମଳ ଭୋଇ,ପିସି ବରିହା,ସମ୍ପଦ ବରିହା,ଗୋପାଳ ଭାଇ,ନିରାକାର ବରିହା ପ୍ରମୁଖ ସହଯୋଗ କରିଥିଲେ ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ