Type Here to Get Search Results !

ଅନୁଗୋଳ ଗସ୍ତରେ ଆସି କୋଭିଡ୍ ସମୀକ୍ଷା କଲେ ପୋଲିସ ଡିଜି ଅଭୟ


 

ଅନୁଗୋଳ :-

ପୋଲିସ୍ ଡିଜି ଅଭୟ ଶୁକ୍ରବାର ଅନୁଗୋଳ ଜିଲ୍ଲା ଗସ୍ତରେ ଆସି କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି। କୋଭିଡ୍ ମୁକାବିଲାରେ ଅନୁଗୋଳ ପୋଲିସ୍‌ର କାର୍ଯ୍ୟକୁ ସେ ପ୍ରଶଂସା କରିବା ସହିତ ଲକଡାଉନ୍, ସପ୍ତାହାନ୍ତ ସଟଡାଉନ୍ ପାଳନକୁ ଆହୁରି କଡ଼ାକଡ଼ି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ସେ ଜିଲ୍ଲାରେ ଅପରାଧ ସ୍ଥିତି ଓ ଆଇନ୍ ଶୃଙ୍ଖଳାର ସମୀକ୍ଷା କରିଥିଲେ ।ଅନୁଗୋଳରେ କୋଭିଡ୍ ମୁକାବିଲା ପାଇଁ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ପୁଲିସ୍ କାର୍ଯ୍ୟକାରିତାକୁ ଆହୁରି ମଜଭୁତ କରିବା ପାଇଁ ଏସ୍‌ଆଇ/ ଏଏସ୍ଆଇ ରାଙ୍କ୍‌ର ଅତିରିକ୍ତ ଅଫିସରଙ୍କୁ ନିୟୋଜିତ କରାଯାଇଛି। କୋଭିଡ୍ ଭଳି ବିପତ୍ତି ସମୟରେ ଏନ୍‌ଫୋର୍ସମେଣ୍ଟରେ ଭଲ କାମ କରିଛି। ଜିଲ୍ଲା ପୁଲିସ୍‌କୁ ଡିଜିପି ପ୍ରଶଂସା କରିବା ସହିତ ସରକାରୀ କଟକଣାକୁ ମାନିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତ୍ଵ ରକ୍ଷା କରିବା ସହିତ ଗହଳି ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ଏପ୍ରିଲ୍ ୧ ତାରିଖରୁ ଏପର୍ଯ୍ୟନ୍ତ ମାସ୍କ ଓ ସାମାଜିକ ଦୂରତ୍ଵ ନିୟମକୁ ଉଲଂଘନ କରିଥିବା ୬ ହଜାର ୭୦୮ ଜଣ ଅମାନିଆଙ୍କଠାରୁ ୧୯ ଲକ୍ଷ ୭୭ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜିଲ୍ଲା ପୁଲିସ୍ ପକ୍ଷରୁ କୁହାଯାଇଛି।ଅନୁଗୁଳ ଗସ୍ତ ସମୟରେ ପୁଲିସ୍ ଡ଼ିଜି ପୁଲିସ୍ ଟ୍ରେନିଂ କଲେଜ ପରିଦର୍ଶନ କରିଥିଲେ । ଡିଜିଙ୍କ ଏହି ଗସ୍ତ ଅବସରରେ ଏଡିଜି(ମୁଖ୍ୟାଳୟ) ଲଳିତ ଦାଶ, ଡିଆଇଜି ଡ. ସାର୍ଥକ ଷଡଙ୍ଗୀ, ଅନୁଗୋଳ ଏସପି ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।

ଅନୁଗୁଳ ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.