Type Here to Get Search Results !

ରାଜ୍ୟରେ ସିରିଏଲ୍ ଓ ଫିଲ୍ମ ସୁଟିଂ ବନ୍ଦ ନିର୍ଦ୍ଦେଶ

 


ଭୁବନେଶ୍ୱର :-

ରାଜ୍ୟରେ କୋରୋନା ର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ମୃତ୍ୟୁ ହାର ମଧ୍ୟ ବଢ଼ି ଚାଲିଛି। ସରକାରଙ୍କ ଦ୍ଵାରା ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା ପରେ ମଧ୍ୟ ସଂକ୍ରମଣ ସଂଖ୍ୟା କମିବା ନା ହିଁ ଧରୁନାହିଁ। ତେଣୁ ଆଜି SRC ଦ୍ଵାରା ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନିଆ ଯାଇଛି । ରାଜ୍ୟରେ କୌଣସି ପ୍ରକାର ସିରିଏଲ ଓ ଫିଲ୍ମ ସୁଟିଂ କୁ ଆଜିଠାରୁ ସମ୍ପୂର୍ଣ ବାରଣ କରାଯାଇଛି। ସୁଟିଂ ସେଟ୍ ରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ ଆଜି SRC ପକ୍ଷରୁ ଏଭଳି ଘୋଷଣା କରା ଯାଇଛି। ଏଥି ସହିତ ଇନ ଡୋର ଓ ଆଉଟ୍ ଡୋର ସୁଟିଂ କୁ ସମ୍ପୂର୍ଣ ରୂପେ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ


Post a Comment

0 Comments
* Please Don't Spam Here. All the Comments are Reviewed by Admin.