Type Here to Get Search Results !

କୋଭିଡ୍ ହସ୍ପିଟାଲ ନିର୍ମାଣ ପାଇଁ ପତ୍ର ଲେଖିଲେ ଭଦ୍ରକ ଜିଲ୍ଲା ବିଜେପି ଉପାଧ୍ୟକ୍ଷ

 


ଭଦ୍ରକ  : -

ବାସୁଦେବପୁରରେ ଏକ ଶହ ଶର୍ଯ୍ୟା ବିଶିଷ୍ଠ କୋଭିଡ ହସପିଟାଲ ନିର୍ମାଣ ପାଇଁ ବିଜେପି ଭଦ୍ରକ ଜିଲ୍ଲା ଊପାଧ୍ୟକ୍ଷ ଉଦୟ ନାରାୟଣ ମଲ୍ଲିକ ଧାମରା ବନ୍ଦର କର୍ତ୍ତୁପକ୍ଷକୁ ପତ୍ର ଲେଖି ଜଣାଇଛନ୍ତି । ବାସୁଦେବପୁର ନିର୍ବାଚନ ମଣ୍ଡଳୀର ୩୬ ଗୋଟି ପଞ୍ଚାୟତ ସହ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ୮ଗୋଟି ପଞ୍ଚାୟତ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇପାରୁନଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭେଣ୍ଟିଲେଟର ଓ ଅକ୍ସିଜେନ ସୁବିଧା ସହ ଏକଶହ ଶଯ୍ୟା ବିଶିଷ୍ଠ କୋଭିଡ ହସପିଟାଲ ତତ୍‌କାଳ ଖୋଲାଯିବା ସହ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ସଂଖ୍ୟା କମ ଥିବାରୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ପତ୍ରରେ ଉଲ୍ଲେଖ ରହିଛି । ସାଧାରଣ ଜନତା ସ୍ୱାସ୍ଥ୍ୟଗତ ସମସ୍ୟାକୁ ନଜରରେ ରଖି ବିଜେପି ପକ୍ଷରୁ ଏପରି ଉଦ୍ୟମକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି । ଅପରପକ୍ଷରେ ଧାମରାରେ ବନ୍ଦର ହେବାକୁ ନେଇ ଭଦ୍ରକ ଜିଲ୍ଲାବାସୀ ଅନେକ ସ୍ୱପ୍ନ ଦେଖିଥିବା ବେଳେ ବନ୍ଦର କର୍ତ୍ତୁପକ୍ଷ ଏନେଇ ତୁରନ୍ତ ପଦକ୍ଷପ ନେବାକୁ ବିଭିନ୍ନ ମହଲରୁ ଦାବୀ ହେଉଛି । ଭଦ୍ରକ ଜିଲ୍ଲା ବାସୁଦେବ ପୁର ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍।

Post a Comment

0 Comments
* Please Don't Spam Here. All the Comments are Reviewed by Admin.