Type Here to Get Search Results !

ରୋଗୀଙ୍କ ସହ ସମ୍ପର୍କ ସ୍ଥାପନ କରି ପାରିବେ ସମ୍ପର୍କୀୟ, ରାଜ୍ୟ ସରକାର ଙ୍କ ଘୋଷଣା

 


ଭୁବନେଶ୍ୱର :-

କୋଭିଡ୍ ହସ୍ପିଟାଲ୍‌ ଏବଂ କୋଭିଡ୍ କେୟାର ସେଣ୍ଟର ଗୁଡିକରେ ରୋଗୀଙ୍କ ସହିତ ସେମାନଙ୍କ ପରିବାର ସଦସ୍ୟ ଯୋଗାଯୋଗ କରିବା ପାଇଁ ବ୍ୟବସ୍ଥା କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସମସ୍ତ ଘରୋଇ ଓ ସରକାରୀ କୋଭିଡ୍ ହସ୍ପିଟାଲରେ ସିସିଟିଭି କ୍ୟାମେରା ସଂଯୁକ୍ତ କରି ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟଙ୍କୁ କଥାବାର୍ତ୍ତା କରାଯିବା ସୁବିଧା ପ୍ରଦାନ କରାଯିବ। ହ୍ବାଟସ୍‌ଆପ ମାଧ୍ୟମରେ ସମ୍ପର୍କୀୟଙ୍କ ସହ ଭଏସ୍ ମେସେଜ୍ / ଫଟୋ ପ୍ରଦାନ କରିବା ପାଇଁ ମଧ୍ୟ ସୁବିଧା ପ୍ରଦାନ କରାଯିବ। 

ସମସ୍ତ କୋଭିଡ୍ ହସ୍ପିଟାଲ୍/ କୋଭିଡ୍ କେୟାର କେନ୍ଦ୍ରରେ ୨୪×୭ ହେଲପ୍ ଡେସ୍କ୍ କାର୍ଯ୍ୟକ୍ଷମ ହେବ। କୋଭିଡ୍ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସେମାନଙ୍କ ସମ୍ପର୍କୀୟଙ୍କୁ ତଥ୍ୟ ପ୍ରଦାନ କରାଯିବ। ଆବଶ୍ୟକ ସ୍ଥଳେ ରୋଗୀଙ୍କ ନିକଟତମଙ୍କୁ ହ୍ବାଟସ ଆପ କିମ୍ବା ଏସ୍‌ଏମ୍‌ଏସ୍ ଜରିଆରେ ସ୍ବାସ୍ଥ୍ୟାବସ୍ଥା ତଥ୍ୟ ପ୍ରଦାନ କରାଯିବ। ଏଥିପାଇଁ ଆବଶ୍ୟକ ଅନୁସାରେ ସ୍ବତନ୍ତ୍ର ଭାବରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିୟୋଜିତ କରାଯିବ।

ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.