Type Here to Get Search Results !

ପ୍ରଶାସନିକ ଅଧିକାରୀ ଙ୍କ ଆନ୍ତରିକତା ଅଭାବ ଯୋଗୁଁ ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଂଚିତ

 


ପଦ୍ମପୁର :-

ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନା ରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଳକ ଭେଉଁରିଆ ପଞ୍ଚାୟତ ବୁଧାପାଲି ଗ୍ରାମ ର ସଦାନନ୍ଦ ନାଗ , ବିରଞ୍ଚି ଧରେଇ ,ତୁଲାବତୀନେଗି , ବିରଞ୍ଚି ବାଗ ,ମଧୁ ଧରେଇ ପ୍ରମୁଖ ଯୋଗ୍ୟ ହିତାଧିକାରୀ। ହେଲେ କର୍ମ ଚାରି ମାନଙ୍କ ଆନ୍ତରିକତା ନଥିବା ଯୋଗୁଁ ଏମାନେ ଆବାସ ଯୋଜନାରେ ଘର ପାଇବା ପାଇଁ ସ୍ବପ୍ନ ଦେଖୁଥିବା କର୍ମଚାରୀଙ୍କ ସଲାସୁତୁରା ଧନୀକ ଶ୍ରେଣୀର ଲୋକେ ଉତ୍କୋଚ ଦେଇ ଆବାସ ହାତେଇ ନେଇଥିବା ଅଭିଯୋଗ ହେଉଛି । ଅନ୍ୟ ପଟେ ସରକାର କଚ୍ଚା ଘର କୁ ପକ୍କାଘର କରିବା ଡିଡିମ ପିଟୁଥିବା ବେଳେ ପ୍ରକୃତ ହିତାଧିକାରୀ ମାନେ ବଂଚିତ ହୋଇଛନ୍ତି । ହିତାଧିକାରୀ ଚୟନ ପ୍ରକିୟା ରେ ପାତରଅନ୍ତର ନୀତି ଯୋଗୁଁ ଅସହାୟ ଗରିବ, ଆଦିବାସୀ ପରିବାର ଙ୍କ ପକ୍ଷେ ଯୋଜନା ଟି ଅପହଞ୍ଚ ହେଉଛି । ଆବାସ ଯୋଜନାରେ ଘର ପାଇବା ପାଇଁ ଆଶାୟୀଗଣ ଅନେକ ଥର ପଞ୍ଚାୟତ ଜନପ୍ରତିନିଧି , ବ୍ଳକ ପ୍ରଶାସନ କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବି ହେଉଛି । 

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.