ବାସୁଦେବପୁର :-
ବଢୁଥିବା କରୋନା ଗ୍ରାଫକୁ ନିୟନ୍ତ୍ରଣ ପାଇଁ ଟ୍ରେସିଙ୍ଗ, ଟେଷ୍ଟିଙ୍ଗ ଓ ଟ୍ରିଟମେଣ୍ଟ ଉପରେ ଧ୍ୟାନ ଦେବା ପାଇଁ ଆଜି ଭଦ୍ରକ ଜିଲ୍ଲାପାଳ ଙ୍କୁ ବାସୁଦେବପୁର ତହସିଲଦାର ଙ୍କ ଜରିଆରେ ପତ୍ରଦେଇ ଅନୁରୋଧ ବିଜେପି ଦଳର ନେତା ଓ କର୍ମୀ ମାନେକରିଲେ। ଉକ୍ତ ପତ୍ରରେ ଟୀକାକରଣ ନୀତିରେ ସୁଧାର ଆଣିବା ପାଇଁ ଅବିଳମ୍ବେ ଅନ_କଲ_ଟୀକା_ସେବା ଆରମ୍ଭ କରି ଟୀକା କେନ୍ଦ୍ରରେ ଉପୁଜୁଥିବା ଗହଳିରୁ ମୁକ୍ତି ଓ କରୋନା ନିୟମକୁ ପାଳନ ପାଇଁ ପଦକ୍ଷେପ ନେବାକୁ ନିବେଦନ ଓ ୧ମ ଓ ୨ୟ ଉଭୟ ଡୋଜକୁ ପ୍ରଧାନ୍ୟ ଦେଇ କେନ୍ଦ୍ର ସରକାର ୪୫ ବର୍ଷରୁ ଉର୍ଦ୍ଧ୍ବ ଜନତାଙ୍କ ପାଇଁ ମାଗଣାରେ ପର୍ଯ୍ୟାୟ କ୍ରମେ ପର୍ଯ୍ୟାପ୍ତ ଟୀକା ଯୋଗେଇ ଦେଉଥିବା ସ୍ଥଳେ ସାଧାରଣ ଲୋକଙ୍କୁ ଏହାର ସୁଫଳ ମିଳିବା ପାଇଁ ସରକାଙ୍କୁ ଯତ୍ନବାନ ହେବା ପାଇଁ ଦାବୀ ଉପସ୍ଥାପନ ଓ 18 ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଟୀକାକରଣର ସୁବିଧା ତୁରନ୍ତ ବାସୁଦେବପୁର ବାସୀଙ୍କ ପାଇଁ ଉଦ୍ଦିଷ୍ଟ କରେଇବାକୁ ବିଜେପି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ଅନୁରୋଧ କରିଲେ। ଭଦ୍ରକ ଜିଲ୍ଲା ବାସୁଦେବ ପୁର ରୁ ସେକ ସାହିଦ କାଦିରି ଙ୍କ ରିପୋର୍ଟ୍।