ତାଳଚେର : -
ଅନୁଗୁଳ ଜିଲ୍ଲାରେ ଅକ୍ସିଜେନ ଅଭାବରୁ କୋଭିଡ ରୋଗୀଙ୍କ ମୃତ୍ୟୁ ହେବା ପରେ ବିଜେପି ଏ ମର୍ମରେ ଜିଲ୍ଲାପାଳ ଙ୍କୁ ଭେଟି ଦାବୀ ଉପସ୍ଥାପନ କରିଥିଲା।କିନ୍ତୁ ଏ ପର୍ଯ୍ୟନ୍ତ ସେ ସମସ୍ୟାର ସମାଧାନ ହୋଇ ପାରିଲା ନାହିଁ, ଜିଲ୍ଲାର ସମସ୍ତ ବ୍ଲକ, ପୋୖରାଞ୍ଚଳ ଏବଂ ସମସ୍ତ ସରକାରୀ ଚିକିତ୍ସା କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ ମହଜୁତ ରଖିବା ପାଇଁ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି।ପୁନଶ୍ଚ ସମସ୍ତ ବ୍ଲକ ରେ ଅଧିକ ରୁ ଅଧିକ ଅକ୍ସିଜେନ ଯୁକ୍ତ ଆମ୍ବୁଲାନ୍ସ ରଖିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଶ୍ରୀ ସାମଲ ଦାବୀ ଉପସ୍ଥାପନ କରିଛନ୍ତି।ବାସ୍ତବ କ୍ଷେତ୍ରରେ କୋଭିଡ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କେତେବେଳେ ଅକ୍ସିଜେନ ପାଇଁ ତ କେତେବେଳେ ଆମ୍ବୁଲାନ୍ସ ପାଇଁ ପୁଣି କୋଭିଡ ହସ୍ପିଟାଲରେ ବେଡ଼ ପାଇଁ, ଏ ସବୁକୁ ଦୃଷ୍ଟି ରେ ରଖି ଜିଲ୍ଲା ପ୍ରଶାସନ ତତ୍ପର ହୋଇ କାର୍ଯ୍ୟକରିବାକୁ ଶ୍ରୀ ସାମଲ ପରାମର୍ଶ ଦେଇଛନ୍ତି।ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ଅବ୍ୟବସ୍ଥା ସମ୍ପର୍କିତଖବର ମାନ ବ୍ୟଥିତ କରୁଛି ଏଣୁ ସମସ୍ତ ବ୍ଲକ ଏବଂ ପୋୖରାଞ୍ଚଳରେ ଅକ୍ସିଜେନ ଯୁକ୍ତ ଆମ୍ବୁଲାନ୍ସ ରଖିବା ଏବଂ ସମଗ୍ର ଜିଲ୍ଲାରେ ବ୍ୟାପକ ଭାବେ କୋଭିଡ ଟେଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ଦାବୀ ଉପସ୍ଥାପନ କରିଛନ୍ତି। ଜିଲ୍ଲାରେ ବିଭିନ୍ନ ସ୍ଥାନରେ ହେଉଥିବା ଅବ୍ୟବସ୍ଥା ତଥା ଜଣେ ଗୁରୁତର କୋଭିଡ ରୋଗୀ ଘରୁ ଆସି ହସ୍ପିଟାଲରେ ଆଡ଼ମିଶନ କରିବା ପାଇଁ ୧୦ ଘଣ୍ଟା ଲାଗି ଯାଉଛି ବୋଲି ସେ ପ୍ରକାଶ କରିଥିଲେ।ଜଣେ ରୋଗୀ କୋଭିଡ ସେଣ୍ଟର ରେ ଆଡ଼ମିଶନ ପରେ ସେ କେତେବେଳେ କୁଆଡେ ଯାଉଛି ତାଙ୍କ ଘର ଲୋକ ଦିନ ଦିନ ଧରି ଖବର ନ ପାଇବା ଏକ ପରିତାପର ବିଷୟ ବୋଲି ସେ କହିଛନ୍ତି।ତୁରନ୍ତ ଏ ସମସ୍ତ ସମସ୍ୟା ସମାଧାନ କରିବାକୁ ଶ୍ରୀ ସାମଲ ଦାବୀ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି, ନଚେତ ଏ ସମସ୍ତ ସମସ୍ୟାକୁ ନେଇ ବିଜେପି ଜିଲ୍ଲାପାଳ ଙ୍କୁ ଭେଟିବ ବୋଲି ବୈଠକରେ ସେ ପ୍ରକାଶ କରିଛନ୍ତି। ତାଳଚେର ରୁ ପ୍ରଦୀପ କୁମାର ମହାରଣା ଙ୍କ ରିପୋର୍ଟ