ଭୁବନେଶ୍ୱର :-
ଗତ ବର୍ଷ ମଇ ମାସ ୧୩ ତାରିଖ ଦିନ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା,ଯାହା ପରବର୍ତୀ ୧୮ ତାରିଖ ବେଳକୁ ବିଗତ ୨୦ ବର୍ଷ ପରେ ଦ୍ୱିତୀୟ ମହାବାତ୍ୟାର ରୂପ ନେଇଥିଲା |
ଆମେରିକାର ଗ୍ଲୋବାଲ ଫୋରକାଷ୍ଟ ମୋଡେଲ ଆକଳନ କରୁଛି କି ଏବର୍ଷ ମଇ ମାସ ୧୦ ତାରିଖ ବେଳକୁ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇପାରେ ଏକ ଘୁର୍ଣ୍ଣିବଳୟ ଯାହା ପରବର୍ତୀ ମୁହୁର୍ତରେ ଘନିହୁତ ହୋଇ ୧୨ ତାରିଖ ବେଳକୁ ଏକ ଲଘୁଚାପ ଏବଂ ୧୩ ତାରିଖ ବେଳକୁ ଏକ ବାତ୍ୟାର ରୂପନେବାର ସମ୍ଭାବନା ଅଛି | ଏବଂ ଏହା ଓଡିଶା-ପଶ୍ଚିମବଙ୍ଗ ର ମଧ୍ୟରେ ଉପକୂଳ ଛୁଇଁବାର ସମ୍ଭାବନା ମଧ୍ୟ ଆକଳନ କରୁଛି | ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ