Type Here to Get Search Results !

ନ୍ୟାୟ ଦାବିରେ ଜଗତସିଂହପୁର ଏସପି ଙ୍କୁ ଭେଟିଲେ ପିଡ଼ିତା ବିବିନା…..

 


ଜଗତସିଂହପୁର :-

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଫାଣ୍ଡି ପୋଲିସ ଠାରୁ ଉପଯୁକ୍ତ ନ୍ୟାୟ ନ ପାଇବା ପରେ ନ୍ୟାୟ ପାଇବା ଦାବିରେ ଆଜି ଜଗତସିଂହପୁର ଜିଲ୍ଲା ଏସପି ପ୍ରକାଶ ଆର ଙ୍କୁ ଅଭିଯୋଗ କରିଛନ୍ତି ପିଡ଼ିତା ବିବିନା ରାଉତ। ଘଟଣା ରୁ ପ୍ରକାଶ ଯେ ଗତ ଅପ୍ରେଲ ୨୦ ତାରିଖ ମଧ୍ୟାହ୍ନ ୧୨ଟା ସମୟରେ ବିବିନା ରାଉତଙ୍କୁ ତାଙ୍କ ସ୍ବାମୀ ସୂର୍ଯ୍ୟକାନ୍ତ ଜେନା, ଶ୍ୱଶୁର ଚନ୍ଦ୍ର ଶେଖର ଜେନା, ଶାଶୁ ମଞ୍ଜୁଲତା ଜେନା ଏବଂ ଦିଅର ଚନ୍ଦ୍ରକାନ୍ତ ଜେନା ସଂଘବଦ୍ଧ ଭାବେ ବୋହୂ ବିବିନାଙ୍କୁ ଜୀବନରୁ ମାରିଦେବାର ଉଦ୍ଦେଶ୍ୟ ରଖି ବେବିନାଙ୍କୁ ଶ୍ବାସରୁଦ୍ଧ କରି ମାରିବାକୁ ଚେଷ୍ଟା କରି ବିଫଳ ହେବାପରେ ବେବିନାଙ୍କ ଶରୀରରେ କିରାସିନି ଢ଼ାଳି ପୋଡ଼ି ମାରିବାକୁ ଚେଷ୍ଟା କରୁଥିବା ସମୟରେ ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ବୋହୂ ବିବିନା ମୃତ୍ୟୁ ରୁ ବର୍ତ୍ତି ଯାଇଥିଲେ। ଏ ସମ୍ପର୍କରେ ସେହି ସମୟରେ ବିବିନା ଘଟଣା ସମ୍ପର୍କରେ ତିର୍ତ୍ତୋଲ ଥାନା ଅଧିକାରୀଙ୍କୁ ଅବଗତ କରିବା ପରେ ତିର୍ତ୍ତୋଲ ଥାନା ଅଧିକାରୀ କନକପୁର ଫାଣ୍ଡିରେ ଏତଲା ଦେବାପାଇଁ ପରାମର୍ଶ ଦେବା ସହ ବେବିନାଙ୍କୁ ତୁରନ୍ତ ଡାକ୍ତରଖାନାରେ ଚିକିତ୍ସିତ ହେବା ପାଇଁ ପରାମର୍ଶ ଦେଇଥିଲେ। ଚିକିତ୍ସା ପରେ ବିବିନା କନକପୁର ଫାଣ୍ଡିରେ ଏ ବାବଦରେ କନକପୁର ଫାଣ୍ଡିରେ ଲିଖିତ ଏତଲା ଦେଇଥିଲେ। କନକପୁର ଫାଣ୍ଡି ଅଧିକାରୀ ଏତଲା ରେଜିଷ୍ଟ୍ରେସନ କରି ଫାଣ୍ଡି/ଥାନା କେସ ନଂ- ୧୫୪/୨୦୨୧ରେ ମାମଲା ରୁଜୁ କରି ଭାରତୀୟ ପିଙ୍ଗଳ କୋର୍ଡ ର ଦଫା-୪୯୮(କ),୫୦୬,୪୨୭,୩୭୯,୨୯୪,୩୨୩,୩୫୪ ଏବଂ ୩୪ ରେ ବିବିନାଙ୍କ ସ୍ୱାମୀ ସୂର୍ଯ୍ୟକାନ୍ତ ଜେନା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। କିନ୍ତୁ ଏତଲା ଅନୁଯାୟୀ ଅନ୍ୟ ୩ଜଣ ଅଭିଯୁକ୍ତ ଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏହି ଘଟଣାରେ ଗିରଫ ହୋଇ ସ୍ୱାମୀ ସୂର୍ଯ୍ୟକାନ୍ତ ଜେଲରୁ ଜାମିନରେ ଆସିଥିବା ଜଣାପଡ଼ିଛି।

ଜଗତସିଂହପୁର ରୁ ସତ୍ୟବ୍ରତ ସାମଲ ଙ୍କ ସହ ତିର୍ତୋଲ ରୁ କୈଳାଶ ବେହେରା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.