Type Here to Get Search Results !

ଆପ ନେତା ନିଶିକାନ୍ତ ମହାପାତ୍ରଙ୍କ ବିଦ୍ୟୁତ ସତ୍ୟାଗ୍ରହ ଏବଂ ଅନଶନ ପ୍ରତି ସମର୍ଥନରେ ସବୁ ବିରୋଧୀ ଦଳ ଏକାଠି ହେଲେ l



ଭୁବନେଶ୍ୱର:-

ଓଡ଼ିଶାରେ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୂଲ୍ୟରେ ବିଦ୍ୟୁତ୍ ଯୋଗାଇବା ଦାବୀରେ ଆପ୍ ସଭାପତି ନିଶିକାନ୍ତ ମହାପାତ୍ରଙ୍କର ଅନଶନ ୮ମ ଦିନରେ ପହଂଚିଛି । ଏହି ଦାବୀକୁ ସମର୍ଥନ କରି ଗତ ୧୩ ତାରିଖରେ ୧୦ଟି ବିରୋଧୀ ରାଜନୈତିକ ଦଳର ବୈଠକ ସ୍ଥାନୀୟ ଗୋପବନ୍ଧୁ ସଭାକକ୍ଷ ଠାରେ ଅନୁଷ୍ଠିତ ହୋଇଥିଲା l 

  ଏହି ବୈଠକରେ ଆମ ଆଦମୀ ପାର୍ଟି ଉପସ୍ଥାପିତ କରିଥିବା ଦାବୀ ପ୍ରତି ସମର୍ଥନ ଜଣା ଯାଇଥିଲା l ଏବଂ ତା ସହିତ ଆଗାମୀ ୧୯ ତାରିଖରେ ସମସ୍ତ ବିରୋଧୀଦଳଙ୍କ ତରଫରୁ ରାଜ୍ୟପାଳଙ୍କୁ ଏକ ମିଳିତ ଦାବୀପତ୍ର ଦିଆଯିବ ବୋଲି ସ୍ଥିର ହୋଇଥିଲା । ଏହା ସହିତ ୧୯ ତାରିଖ ପରେ ବିଜୁଳି ସଂକ୍ରାନ୍ତୀୟ ଦାବୀକୁ ନେଇ ଲଗାତର ଆନ୍ଦୋଳନ ପାଇଁ ଖସଡ଼ା ପ୍ରସ୍ତୁତ କରିବାକୁ ଏହି ଦଳମାନେ ପୁଣି ବୈଠକ କରିବେ ବୋଲି ସ୍ଥିର ହୋଇଛି ।

ଗତ କାଲି ବୈଠକ ର ନିଷ୍ପତି ଅନୁଯାୟୀ ଆଜି ଏହି ସମସ୍ତ ୧୦ଟି ଯାକ ରାଜନୈତିକ ଦଳର ନେତୃବୃନ୍ଦ ଓ ବିଭିନ୍ନ ସମାଜସେବୀ ଆପ୍ ର ଏହି ଆନ୍ଦୋଳନକୁ ସମର୍ଥନ କରି ସତ୍ୟାଗ୍ରହ ସ୍ଥଳୀକୁ ଆସିଥିଲେ । ସମସ୍ତ ନେତୃବୃନ୍ଦ ନିଶିକାନ୍ତ ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ଏବଂ ଅନଶନ ପ୍ରତ୍ୟାହାର କରିବାକୁ ଅନୁରୋଧ ଜ ଣାଇଥିଲେ l 

ମହାତ୍ମା ଗାନ୍ଧୀ ମାର୍ଗ ଅନଶନ ସ୍ଥଳ ରେ ହେଉଛନ୍ତି କଂଗ୍ରେସ ତରଫରୁ ପଞ୍ଚାନନ କାନୁନଗୋ, ପଦ୍ମାକର ଗୁରୁ, ସି ପି ଆଇ (ଏମ ) ତରଫରୁ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ,ସୁରେଶ ପାଣିଗ୍ରାହୀ, ଜଗନ୍ନାଥ ମିଶ୍ର,ପ୍ରଦୀପ୍ତ ନାୟକ

ସିପିଆଇ ତରଫରୁ ସତୀଶ ମିଶ୍ର,ଫରଓ୍ବାର୍ଡ ବ୍ଲକ୍ ତରଫରୁ ଜ୍ୟୋତିରଞ୍ଜନ ମହାପାତ୍ର, ସମାଜବାଦୀ ପାର୍ଟି ତରଫରୁ ସୁଦର୍ଶନ ପ୍ରଧାନ, ସିପିଆଇ(ଏମ୍.ଏଲ୍)ଲିବେରେସନ ତରଫରୁ ରାଧାକାନ୍ତ ସେଠୀ, ସିପିଆଇ (ଏମ୍.ଏଲ୍) ରେଡ୍ ଷ୍ଟାର ତରଫରୁ ଶିବରାମ ଓ ପ୍ରମିଳା ପ୍ରମୁଖ ଯୋଗ ଦେଇ ସମର୍ଥନ ଜ୍ଞାପନ କରି ବକ୍ତବ୍ୟ ରଖିଥିଲେ l ଏହା ସହିତ ପ୍ରବୀଣ ସାମ୍ବାଦିକ ତଥା ବିଦ୍ୟୁତ୍ ଉପଭୋକ୍ତା ମହାସଂଘର ଉପଦେଷ୍ଟା ରବିଦାସ, ସ୍ତମ୍ବକାର ତୁଷାରକାନ୍ତ ଶତପଥୀ ଓ ଲୋହିଆ ଏକାଡେମୀ ତରଫରୁ ଶ୍ରୀ ଦେବପ୍ରସାଦ ମହାପାତ୍ର ମଧ୍ୟ ଏହି ସଭାରେ ବକ୍ତବ୍ୟ ରଖିଥିଲେ । 

ଏହି ସଭାରେ ଶ୍ରୀ କାନୁନଗୋ ହିସାବ ଦେଇ ଦୃଢ଼ ଦାବୀ ରଖିଥିଲେ ଯେ ଓଡ଼ିଶାର ସମସ୍ତ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିନା ମୂଲ୍ୟରେ ବିଦ୍ୟୁତ୍ ଯୋଗାଇ ଦେଲେ ମଧ୍ୟ ସରକାରଙ୍କର ଆର୍ଥିକ କ୍ଷତି ହେବନାହିଁ । ଏ ବିଷୟରେ ଆଲୋଚନା କରିବା ପାଇଁ ଆଗେଇ ଆସିବାକୁ ସେ ସରକାରଙ୍କୁ ଆହ୍ବାନ ଦେଇଥିଲେ । ଗୋଟିଏ ରାଜନୈତିକ ଦଳର ପ୍ରମୁଖ ରାଜଧାନୀରେ ଗତ ଆଠ ଦିନ ଧରି ଅନଶନରେ ବସିଥିବା ବେଳେ ସରକାର ଏହାକୁ ଅଣଦେଖା କରି ଆସୁଥିବା ଯୋଗୁଁ ପ୍ରବୀଣ ସାମ୍ବାଦିକ ଶ୍ରୀ ରବିଦାସ ସରକାରଙ୍କ ସମ୍ବେଦନଶୀଳହୀନତାକୁ ତୀବ୍ର ସମାଲୋଚନା କରିଥିଲେ । ଶ୍ରୀ ସୁରେଶ ପାଣିଗ୍ରାହୀ ସମସ୍ତ ରାଜନୈତିକ ଦଳଙ୍କୁ ନିବେଦନ କରିଥିଲେ ଯେ ସମସ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମେଲ୍ ଯୋଗେ ଅନୁରୋଧ କରନ୍ତୁ ଏହି ପ୍ରସଙ୍ଗ ରେ ଜରୁରୀ ଭାବେ ହସ୍ତକ୍ଷେପ କରିବା ପାଇଁ l ଅନଶନରେ ବସିଥିବା ନିଶିକାନ୍ତ ମହାପାତ୍ରଙ୍କ ସହିତ କଥାବାର୍ତ୍ତା କରି ଅଚଳାବସ୍ଥା ଦୁର କରିବା ପାଇଁ ଦାବୀ କରାଯାଇଛି । ସମସ୍ତ ବକ୍ତା ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିନାମୂଲ୍ୟରେ ବିଦ୍ୟୁତ୍ ଯୋଗାଇ ଦେବାକୁ ନିଜ ନିଜ ଦଳର ଦାବିରେ ଅନ୍ତର୍ଭୁକ୍ତ କରିବେ ବୋଲି କହିଥିଲେ । ବିଭିନ୍ନ ବକ୍ତାମାନେ ମତ ପ୍ରକାଶ କରିଥିଲେ ଯେ ସରକାର ବିଭିନ୍ନ ରାଜନୈତିକ ଦଳମାନଙ୍କ ତରଫରୁ ବିଦ୍ୟୁତ୍ ଦରବୃଦ୍ଧି ବିରୁଦ୍ଧରେ ହୋଇଥିବା ପ୍ରତିବାଦକୁ ଅଣଦେଖା କରିଛନ୍ତି ଏବଂ ସେଥିପାଇଁ ରାଜ୍ୟସାରା ମିଳିତ ଭାବେ ଲଗାତର ଆନ୍ଦୋଳନ କରି ଏହି ଦାବୀ କୁ ମାନିନେବା ପାଇଁ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯିବ ବୋଲିି ଘୋଷଣା କରାଯାଇଛି l 

ଅନଶନ ପ୍ରତି ସମର୍ଥନ ଜଣାଇ ଓ ତାଙ୍କ ସ୍ବାସ୍ଥ୍ୟ ପ୍ରତି ଚିନ୍ତା ପ୍ରକଟ କରିଥିବାରୁ ନିଶିକାନ୍ତ ମହାପାତ୍ର ସମସ୍ତ ଦଳ, ଅନୁଷ୍ଠାନ ଓ ବ୍ୟକ୍ତିମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି କହିଥିଲେ ଯେ ଯେପର୍ଯ୍ୟନ୍ତ ସରକାର ଦାବି ପ୍ରତି କର୍ଣ୍ଣପାତ କରି ଉପଭୋକ୍ତାଙ୍କ ସ୍ଵାର୍ଥ ପାଇଁ ଯୁକ୍ତିଯୁକ୍ତ ଠୋସ୍ କିଛି ପଦକ୍ଷେପ ଦେଇ ନାହାନ୍ତି ସେ ଅନଶନ ଜାରି ରଖିବେ ।

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.