Type Here to Get Search Results !

ଆସନ୍ତା କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟ

 


ଭୁବନେଶ୍ୱର :-

 କରୋନା ମୁକାବିଲା ନେଇ ଆଜି ମୁଖ୍ୟ ଶାସନ ସଚିବ ବଡ ଘୋଷଣା କରିଛନ୍ତି । ଆସନ୍ତା କାଲିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟ ଲାଗୁ କରାଯାଇଛି । ବାକି ସବୁ ଜିଲ୍ଳାରେ ରାତି ୯ଟାରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ ବୋଲି ସୁଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ଯାଏଁ ସପ୍ତାହାନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହି ସମୟରେ ଜରୁରୀକାଳୀନ ସେବା ବ୍ୟତୀତ ବାକି ସବୁ କାର୍ଯ୍ୟ ବନ୍ଦ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ରାଜନୈତିକ, ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ । ବିବାହ କାର୍ଯ୍ୟରେ ୫୦ ଏବଂ ଅନ୍ତ୍ୟୋଷ୍ଟି କାର୍ଯ୍ୟରେ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି । ଏଥିସହିତ ସିନେମା ହଲ୍ ମାନଙ୍କରେ ୫୦ ପ୍ରତିଶତ ଲୋକ ଏକାଠି ବସି ଦେଖିପାରିବେ । ସରକାରୀ ଅଫିସ୍ ୫୦ ପ୍ରତିଶତ କର୍ମଚାରି ସହିତ ଜାରି ରହିବ । ସମସ୍ତ ବେସରକାରୀ ଅଫିସ୍ ମାନଙ୍କରେ କର୍ମଚାରୀ ସଂଖ୍ୟା ହ୍ରାସ କରାଯିବ । ଅଫିସ୍ ପରିସରରେ କରୋନା ଗାଇଡ୍ ଲାଇନ୍ କୁ କଡାକଡି ପାଳନ କରିବେ ।

ଆହୁରି ମଧ୍ୟ ସବୁ ଅନ୍ତଃରାଜ୍ୟ ବସ୍ କୁ ବନ୍ଦ କରାଯାଇଛି । ସୋମବାରଠାରୁ ଅନ୍ୟ ରାଜ୍ୟକୁ ବସ୍ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି । ଅପେରା ଯାତ୍ରା ଆଦିରେ ୧୦୦୦ ଲୋକ ରହିପାରିବେ । ସବୁ ଦୋକାନର କର୍ମଚାରୀ ମାନେ ମାସ୍କ ପିନ୍ଧିବାକୁ ବାଧ୍ୟ ନଚେତ୍ ସିଲ୍ କରାଯିବ । ଉକ୍ତ ୧୦ ଜିଲ୍ଳା ହେଲା ସୁନ୍ଦରଗଡ, ଝାରୁସୁଗୁଡା, ବରଗଡ, କୋରାପୁଟ, ବଲାଙ୍ଗୀର ନୁଆପଡା, କଲାହାଣ୍ଡି , ନବରଙ୍ଗପୁର, ମାଲକାନାଗିରି ଏବଂ ସମ୍ବଲପୁର । 

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.