Type Here to Get Search Results !

ମୁଖ୍ୟ ଶାସନ ସଚିବଙ୍କ ସମ୍ବଲପୁର ଗସ୍ତ ଓ କୋଭିଡ୍ ସ୍ଥିତି ସମୀକ୍ଷା

 


 ସମ୍ବଲପୁର:-

 ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସିମାବର୍ତ୍ତି ଜିଲ୍ଲା ମାନଙ୍କରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ଆଜି ମୂଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନଙ୍କ ସହ ସମ୍ବଲପୁର ଗସ୍ତ ରେ ଆସି ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡା ଜିଲ୍ଲା ର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚ ସ୍ତରୀୟ ଟିମ୍ ଭୀମସାର୍ କୋଭିଡ୍ ହସ୍ପିଟାଲ୍ ପରିଦର୍ଶନ କରିବା ସହିତ ସେଠାରେ ଉପଲବ୍ଧ ଚିକିତ୍ସା ବ୍ୟବସ୍ଥା, ଉପକରଣ , ଔଷଧ ପତ୍ର ଆଦି ବିଷୟରେ କ୍ଷେତ୍ର ସ୍ତରୀୟ ସମୀକ୍ଷା କରିଛନ୍ତି। ଭୀମସାର ଠାରେ ଥିବା ଭେଷଜ ୱାର୍ଡ ର ନୂତନ ବିଲ୍ଡିଂ କୁ ୩୦୦ ବେଡ୍ ବିଶିଷ୍ଟ ଅତିରିକ୍ତ କୋଭିଡ୍ ହସ୍ପିଟାଲ୍ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୨୫୦ ଟି ବେଡ୍ ଏବଂ ୫୦ ଟି ଆଇ.ସି.ୟୁ. ବେଡ୍ ବ୍ୟବସ୍ଥା କରିବା ନିମନ୍ତେ ନିଷ୍ପତି ହୋଇଥିଲା। ରୋଗୀ ମାନଙ୍କ ପାଇଁ ଅମ୍ଳଜାନ ସୁବିଧା ସହ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ୧୦ ଦିନ ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ। ଏହା ସହ ଭୀମସାର ଠାରେ ପୂର୍ବରୁ ଥିବା କୋଭିଡ୍ ହସ୍ପିଟାଲ୍ ରେ ବେଡ୍ ଓ ଆଇ.ସି.ୟୁ. ସଂଖ୍ୟା କୁ ଯଥାକ୍ରମେ ୧୭୫ ଓ ୫୦ କୁ ବୃଦ୍ଧି କରାଯିବାକୁ ନିଷ୍ପତି ନିଆଯାଇଥିଲା। ଏହିପରି ଭାବେ ଭୀମସାର୍ କୋଭିଡ୍ ହସ୍ପିଟାଲ୍ କ୍ଷମତା କୁ ମୋଟ ୫୨୫ ବେଡ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ।

   ସମୀକ୍ଷା ପରେ ପରେ ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଥିଲେ ଯେ, ବର୍ତ୍ତମାନ ଝାରସୁଗୁଡା,ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ଓ ଚିକିତ୍ସା ଉପକରଣ ମହଜୁଦ ଅଛି। ପଡେ଼ାଶୀ ରାଜ୍ୟ ମାନଙ୍କରେ କୋଭିଡ୍ ସଂଖ୍ୟା ବୃଦ୍ଧି ପରିପ୍ରେ୍ଷୀରେ ଏହି ଜିଲ୍ଲା ମାନଙ୍କରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ନିମନ୍ତେ ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ଏବଂ ଆବଶ୍ୟକୀୟ ସଂଖ୍ୟକ ବେଡ୍, ଆଇ.ସି.ୟୁ., ଆଦିର ବ୍ୟବସ୍ଥା କରାଯିବ।

           ଏହି ଗସ୍ତ ସମୟରେ ସ୍ଵାସ୍ଥ୍ୟ ନିର୍ଦେଶକ ଡ଼ା.ବିଜୟ କୁମାର ମହାପାତ୍ର, ଡି.ଏମ୍. ଇ. ଟି. ନିର୍ଦେଶକ ଡା. ସି.ବି.କେ. ମହାନ୍ତି, ସମ୍ବଲପୁର ଜିଲ୍ଲାପଳ ଶ୍ରୀ ଶୁଭମ୍ ସକସେନା, ଝାରସୁଗୁଡା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ , ବରଗଡ଼ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ସମେତ ଏହି ଜିଲ୍ଲାମାନଙ୍କର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି କ୍ଷେତ୍ର ସ୍ତରୀୟ ସ୍ଥିତି ଓ ତଥ୍ୟ ଉପସ୍ଥାପନ କରିଥିଲେ।

ଭୁବନେଶ୍ୱର ରୁ ସ୍ଵର୍ଣ୍ଣ ପ୍ରଭା ନାୟକ ଙ୍କ ରିପୋର୍ଟ





Post a Comment

0 Comments
* Please Don't Spam Here. All the Comments are Reviewed by Admin.