Type Here to Get Search Results !

ନାବାଳିକା କୁ ଦୁଷ୍କର୍ମ, ଥାନା ରେ ମାମଲା ରୁଜୁ

 


ଝାରସୁଗୁଡ଼ା / ବଡ଼ମାଳ :-

ବଡ଼ମାଲ ଥାନା ରେ ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲା ରୁଜୁ ହେଇଛି । ଏକ ପନ୍ଦର ବର୍ଷୀୟ ନାବାଳିକାକୁ ନେଇ ଏକ ଯୁବକ ତା ଘରେ ରଖି ଦୁଷ୍କର୍ମ କରିଆସୁଥିଲା,ତା ଫଳରେ ନାବାଳିକା ଏବେ ଛଅ ମାସର ଗର୍ଭବତୀ ଥିବା ଜଣା ପଡ଼ିଛି । ନାବାଳିକା ଏବଂ ସେଇ ଯୁବକ ସ୍ୱାମୀ ସ୍ତ୍ରୀ ପରି ରହି ଆସୁଥିଲେ । ଆଜି ଏ ଖବର ଚାଇଲଡ଼ ଲାଇନ 1098 କୁ ଆସିଥିଲା । ଚାଇଲଡ଼ ଲାଇନ ଜ଼ୀଲ୍ଲା ସଂଯୋଜକ ଆଶିଷ କୁମାର ପଣ୍ଡା ଏବଂ ଶିଶୁ ବିକାଶ ଅଧିକାରୀ(ଗ୍ରାମାଞ୍ଚଳ)ସୁପ୍ରଭା ମହାପାତ୍ର ନିଜର ଟିମ ସାଙ୍ଗରେ ଯାଇ ନାବାଳିକାକୁ ଉଦ୍ଧାର କରିଥିଲେ । ବଡ଼ମାଲ ଥାନାରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏ ବାବଦରେ ଲିଖିତ ଅଭିଯୋଗ କରିଛନ୍ତି । ଚାଇଲଡ଼ ଲାଇନ ନାବାଳିକା କୁ ଶିଶୁ ମଙ୍ଗଳ କମିଟି ରେ ଉପସ୍ଥାପନ କରି ନାବାଳିକାକୁ ଏବେ ଶିଶୁ ଯତନ ଅନୁଷ୍ଠାନ ରେ ରହିବାର ବନ୍ଦୋବସ୍ତ କରାଯାଇଛି । ଝାରସୁଗୁଡ଼ା ରୁ ଅନିନ୍ଦ୍ୟ ରାଜ ଖାଡଙ୍ଗା ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.