ଝାରସୁଗୁଡା / ବ୍ରଜରାଜନଗର :-
ସମ୍ବିଧାନ ପ୍ରଣେତା ଡ଼ ବି ଆର ଆମ୍ବେଦକର ଙ୍କର ୧୩୦ ତମ ଜନ୍ମ ଜୟନ୍ତୀ ଆବସରରେ ପୂର୍ବାହ୍ନ ୯ଟା ସମୟରେ ଜିଲ୍ଲା ବିଜେଡି ଏସ୍ ସି ସେଲ୍ ସଭାପତି ଶ୍ରୀଯୁକ୍ତ ଜୟ ପ୍ରକାଶ କୂଅର ଙ୍କ ସଭାପତି ତ୍ୱ ରେ ସୁନାରି ମଣ୍ଡା ସ୍ଥିତ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୂଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ଏବଂ ଏହାପରେ ୯ ଘଣ୍ଟା ୩୦ ମିନିଟରେ ଜିଲ୍ଲା ବିଜେଡ଼ି କାଯ୍ୟାଳୟ ଠାରେ ଆମ୍ବେଦକର ଙ୍କ ଫଟୋଚିତ୍ର ରେ ପୂଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।ଏହି କାର୍ଯ୍ୟ କ୍ରମରେ ସରକାର ଙ୍କ ଦ୍ୱାରା କୋଭିଡ଼ ୧୯ ନିୟମ କୁ ପାଳନ କରି ବିଜେଡ଼ି କାର୍ଯ୍ୟ କାରିଣି ସଦସ୍ୟ ଆଇନଜୀବୀ ତାପସ ରାୟ ଚ୍ରୌଧୁରୀ,ନଗର ବିଜେଡି ସଭାପତି ଆଇନଜୀବୀ ସନ୍ଦିପ ଅଵସ୍ତି ,ବିଜେଡ଼ି ଲିଗାଲ ସେଲ ସମ୍ପାଦକ ତୁଳସି ପ୍ରସାଦ ଦାସ ,ପ୍ରଶାନ୍ତ ଜେନା ,ପିଣ୍ଟୁପାଢୀ ,ବାବୁନ ସରକାର ,ରଞ୍ଜିତ ତ୍ରୀପାଠୀ ,ଗୌରବ ବାରିଗି ,ସନାତନ ରୋହିଦାସ,କବି ପ୍ରେମସାଗର ଦେହେରିଆ,ହଜାରୀ ରୋହିଦାସ ପ୍ରମୂଖ ଯୋଗଦେଇ ଜୟନ୍ତୀ ପାଳନ କରିଥିଲେ ।
ସେହିପରି ଝାରସୁଗୁଡା ଜିଲ୍ଲାର ରାଜପୁର ପଞ୍ଚାୟତ ର ସମିତି ସଭ୍ୟ ଗଣେଶ ବାଗ ଙ୍କ ସଭାପତିତ୍ୱ ରେ ଭାରତରତ୍ନ ବାବା ସାହେବ ଡ଼ାକ୍ତର ବିଆର ଆମ୍ବେଦକର ଙ୍କ ୧୩୦ ତମ ଜନ୍ମ ବାର୍ସିକ ଉତ୍ସବ ପାଳିତ ହୋଇଛି ।କୋଭିଡ଼ ନିୟମ ଅନୁସାରେ ନିରାଡ଼ମ୍ବର ଭାବେ ଜୟନ୍ତୀ ପାଳନ କରାଯାଇଛି ।
ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବା ସାହେବ୍ ଡ. ଭୀମରାଓ ରାମଜୀ ଆମ୍ବେଦକର ଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ଅବସରରେ ଝାରସୁଗୁଡ଼ା ର କୃଷକ - ଶ୍ରମିକ - ସାମାଜିକ ସଂଗଠନ ମାନଂକ ମିଳିତ ଉଦ୍ୟମରେ ଗଠିତ ""ସଂଯୁକ୍ତ କୃଷକ - ଶ୍ରମିକ ମଞ୍ଚ "" ତରଫରୁ ଆଜି ସକାଳ ଠିକ୍ ୭ ଟା ୩୦ ମିନିଟ୍ ସମୟରେ ଝାରସୁଗୁଡ଼ା ସର୍ବାହଲ୍ ସୁନାରୀମୁଣ୍ଡ ଛକ ଠାରେ ଥିବା ବାବା ସାହେବ୍ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ।ଏହି ଜୟନ୍ତୀ ସଭା କୁ ପ୍ରଭାକର ଓରାମ ସଞ୍ଚାଳନ କରିଥିବା ବେଳେ ଶ୍ରମିକ ନେତା ସାରଙ୍ଗଧର ମିଶ୍ର ଧନ୍ୟବାଦ୍ ଦେଇଥିଲେ । ସଭାରେ ଜିଲ୍ଲା କୃଷକ ସଂଗଠନ , ପ୍ରଗତିଶୀଳ ଶ୍ରମିକ ମଞ୍ଚ , ସମ୍ମିଳିତ ଆଦିବାସୀ ସଂଘ , ସାମ୍ବିଧାନିକ ସଚେତନ ଅଧିକାର ମଞ୍ଚ , ମୁସଲିମ ୱେଲ୍ ଫେୟାର ସୋସାଇଟି , ଏ ଆଇ ଟି ୟୁ ସି , ସି ଆଉ ଟି ୟୁ , ଅଖିଳ ଭାରତ ଯୁବ ସଂଘ , ଉତ୍କଳ ଗ୍ରାମୀଣ କ୍ଷେତ ମୂଲିଆ ସଂଘ , କିଶାନ୍ ସମାଜ ପ୍ରଗତିଶୀଳ ମଞ୍ଚ , ଗଣ୍ଡା ସମାଜ ବିକାଶ ପରିଷଦ ପ୍ରଭୃତି ଗଣ ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ରୁ ଜୟକିଶନ ଙ୍କ ସହ ସୁରେଶ୍ କଲତା ଓ ବ୍ରଜରାଜନଗର ରୁ ଯଦୁ ନନ୍ଦନ ସାହୁ ଙ୍କ ସହ ଶୁକଦେବ ଦାସ ଙ୍କ ରିପୋର୍ଟ