Type Here to Get Search Results !

ଅବ୍ୟବସ୍ଥା ଘେରରେ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

 


ପଦ୍ମପୁର:-

ବରଗଡ଼ ଜିଲ୍ଲା ପଦ୍ମପୁର ସହର ଠାରୁ ୧୭ କିଲୋମିଟର ପାହାଡ଼ ପର୍ବତ ଘେରା ପାଦଦେଶରେ ବୁକୁରୁମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ lସମୟ ଥିଲା ଏଇ ଅଞ୍ଚଳରେ ରହି ଅନେକ ଡାକ୍ତର,ନର୍ସ, ଅନ୍ୟାନ୍ୟ କର୍ମଚାରୀ ମାନେ ଏଠାକାର ଅସହାୟ ଗରିବ ନିରିହ ଲୋକଙ୍କୁ ସୁଚାରୁରୂପେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିଲେ lହେଲେ ଆଜି କର୍ମଚାରୀ ଅଭାବ କାରଣ ରୁ ଏକ ପ୍ରକାରର ଶ୍ରୀହିନ ହୋଇଯାଇଛି ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର l ଏଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ପ୍ରତିପାଞ୍ଚ ବର୍ଷରେ ଥରେ ଦୁଇଥର ଅଭାବନୀୟ କର୍ମଚାରୀ ତଥା ଅନ୍ୟାନ୍ୟ ଅସୁବିଧା ସକାଶେ ବିଭିନ୍ନ ରାଜନୈତିକ ଦଳ ଏହାର ଫାଇଦା ମଧ୍ୟ ଉଠାଇଥାନ୍ତି lହେଲେ ସେ ସବୁ ପାଣି ଫୋଟକା ଭଳି ମିଳାଇଯାଏ lହେଲେ ଏ ପରିପ୍ରେକ୍ଷୀରେ ଏଠାକାର ବୀର ସାବରକର ଯୁବକ ସଂଘ,ବୁକୁରାମୁଣ୍ଡା ପକ୍ଷରୁ ଶ୍ରୀହିନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସୁଚାରୁରୂପେ ସଜାଡି ବାକୁ ଉଦ୍ୟମ ଜାରି କରିଛନ୍ତି,ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ lସରକାରୀ ତଥ୍ୟନୁଯାୟୀ ସମୁଦାୟ ୨୩ ଗୋଟି ପଦବୀ ମଧ୍ୟରୁ ୬ଜଣ ଡାକ୍ତର, ୨ଜଣ ଆଟେନଣ୍ଡେନ,ଜଣେ ଷ୍ଟାଫ୍ ନର୍ସ ଏମିତି ୧୫ ଗୋଟି ପଦବୀ ଖାଲି ପଡ଼ିଛି lଏଇଠି ହାସ୍ୟସ୍ପଦ ର ବିଷୟ ଏହିକି ଜିଲ୍ଲା ରେ ଥିବା ଅନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ବାଦଦେଲେ ଏଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଉଧାରୀ ଭାବେ ଷ୍ଟାଫ୍ ଅନ୍ୟତ୍ର ନିଆଯାଇଥାଏ lକାରଣ ଆପେ ବଞ୍ଚିଲେ ବାପର ନା lଏଇଦୃଷ୍ଟିରୁ ୮ ଜଣ କର୍ମଚାରୀ ଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଛି lଏ ପଟେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ ରୂପକ କରୋନା lଲୋକେ ଭୟଭୀତ ସହ ଆତଙ୍କିତ କିନ୍ତୁ ପ୍ରଚାର ଓ ପ୍ରସାର ଜିରୋ lଏଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାର ଏଦିଗରେ ଦୃଷ୍ଟି ଦେଇ ଅତିଶିଘ୍ର ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସୁପରିଚାଳନା ସହ ଆବଶ୍ୟକତା ଅନୁସାରେ ଖାଲିପଡିରହିଥିବା ପଦବୀ ପୂରଣ କରିବାକୁ ଯୁବକ ସଂଘ ପକ୍ଷରୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀ, ବରଗଡ଼ ମୁଖ୍ୟ ଚିକିତ୍ସାଧିକାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓଡ଼ିଶା ସରକାର, ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ସରକାରଙ୍କୁ ପତ୍ରମାଧ୍ୟମ ରେ ଜଣାଇଛନ୍ତି lଯଦି ଏ ପ୍ରତି ଧ୍ୟାନ ଦିଆନଯାଏ ତେବେ ଯୁବକ ସଂଘ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି l

Post a Comment

0 Comments
* Please Don't Spam Here. All the Comments are Reviewed by Admin.