Type Here to Get Search Results !

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

 


ପଦ୍ମପୁର:-

କେନ୍ଦ୍ର ସରକାର ଓ ରାଜ୍ଯ ସରକାର ସାମାଜିକ ସୁରକ୍ଷା ଦେବା ପାଇଁ ବିଭିନ୍ନ ଯୋଜନାମାନ ପ୍ରଣୟନ କରିଛନ୍ତି । ରାଜ୍ଯରେ ସମସ୍ତଙ୍କୁ ପକ୍କାଗୃହ ଯୋଗାଇ ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ହେଲେ ଯୋଗ୍ଯ ହିତାଧିକାରୀ ମାନେ ଘର ପାଇ ପାରୁ ନାହାନ୍ତି । ଅଫିସର ବାବୁଙ୍କୁ ଯିଏ ଟଙ୍କା ଦେବାର ଅନେକ ଉଦାହରଣ ଅଛି । ଯେଉଁ ବ୍ଯକ୍ତି ଟଙ୍କା ଦେଇ ପାରିଲା ନାହିଁ ତାଙ୍କୁ ଘର ମିଳୁ ନାହିଁ । ପଦ୍ମପୁର ବ୍ଲକ ଦହିଗାଁ ପଞ୍ଚାୟତ ବ୍ରାହ୍ମଣଡିହୀ ଗିରିଧାରୀ ସାହୁ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । କିଛି ବର୍ଷ ପୂର୍ବେ ଘର ଖଣ୍ଡିଏ ତାଙ୍କ ବାପା ନାମ ଘର ନିର୍ମିତ ହୋଇଥିଲା । ହେଲେ ସେହି ଘରରେ ବର୍ଷା ଦିନ ପାଣି ଗଳୁ ଘର ଭିତରେ ପାଣି ଜମି ଯାଇ ଓ ଓଦା ହୋଇଥାଏ । ଏ ପରି ସ୍ଥିତିରେ ଘର ଖଣ୍ଡିଏ ସେ ଜଣେ ପ୍ରକୃତ ହିତାଧିକାରୀ ଅଟନ୍ତି । ସରପଞ୍ଚ ଓ ପିଇଓ ଙ୍କ ଠାରେ ଅନେକ ଥର ହାରି ଗୁହାରୀ କଲେ ମଧ୍ଯ କିଛି ଫଳପ୍ରଦ ହେଉ ନାହିଁ । ଏଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଘର ଖଣ୍ଡିଏ ମିଳିବା ପାଇଁ ସେ ଦାବି କରିଛନ୍ତି ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.