Type Here to Get Search Results !

ପିପଲଖୁଣ୍ଟା ବନ ସଂରକ୍ଷଣ ସମିତି ସାଧାରଣ ବୈଠକ

  


ପଦ୍ମପୁର :-

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ନୃସିଂନାଥ ନିକଟସ୍ଥ ଲାଗିଥିବା ମିଠାପାଲି ଗ୍ରାମ ପଞ୍ଚାୟତ ପିପଲଖୁଣ୍ଟା ବନ ସଂରକ୍ଷଣ ସମିତି ଆନୁକୂଲ୍ୟରେ ଏକ ସାଧାରଣ ସଭା ବିଜୟ ନଗର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଶ୍ରୀ ଗୋଲାପ ଦାଶ ସଭାପତିତ୍ବ କରିଥିଲେ । ଏହି ବନ ସଂରକ୍ଷଣ ସମିତି ର ଅଧିନରେ ୫୦ ହେକ୍ଟର ଜଙ୍ଗଲ ଜମି ରହି ଅଛି । ଏହି ଜଙ୍ଗଲକୁ ପିପଲଖୁଣ୍ଟା,ମନଭଙ୍ଗ,ବିଜୟ ନଗର,ଲୁକୁପାଲି,ଭୋଇ ବାହାଲ ଗ୍ରାମର ଅଧିବାସୀ ମାନେ ସମସ୍ତେ ମିଶି ରକ୍ଷଣାବେକ୍ଷଣ କରନ୍ତି । ଏହି ଗ୍ରାମର ସମସ୍ତଙ୍କୁ ନେଇ ଭୋଇ ବାହାଲ ବନ ସଂରକ୍ଷଣ ସମିତି ଗଠନ କରାଯାଇଛି । ଏହି ବୈଠକ ରେ ନୁତନ ଭାବେ ଏହି ସମିତିର କର୍ମକର୍ତ୍ତା ଚୟନ କରା ଯାଇଥିଲା । ସର୍ବ ସମ୍ମତି କ୍ରମେ ଶ୍ରୀ ମଧୁସୂଦନ ପାଣ୍ତେଙ୍କୁ ସଭାପତି,ଉପ ସଭାପତି ଭାବେ ଚିନ୍ତାମଣି ବଗାର,ସଂପାଦକ ଭାବେ ଶୁକଦେବ ଧରୁଆ,ସହ ସମ୍ପାଦକ ନିଶିକାନ୍ତ ଧରୁଆ,କୋଷାଧ୍ୟକ୍ଷ ଭାବେ ହିରଣ୍ୟ ମଲ୍ଲିକ ଓ ପଞ୍ଚାନନ ଧରୁଆ,ପୂର୍ଣ୍ଣଚନ୍ଦ୍ର ଭୁଏ,ସାଗର ମଲ୍ଲିକ,ଗୋଲାପ ଦାଶ,ଅନ୍ତରାମ ଭୁଏ,ସହଦେବ ଧରୁଆ,ରାଜକୁମାର ବିଶି ପ୍ରମୁଖ ସଭ୍ଯ ଭାବେ ତଥାରାଜ କୁମାରୀ ବାରିକ ଓ ପ୍ରତିମା ବଗାରଙ୍କୁ ସଭ୍ଯା ଭାବେ ଚୟନ କରା ଯାଇଥିଲା ।

ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.