ପଦ୍ମପୁର / ବରଗଡ଼ :-
ବରଗଡ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ବିଜାଡିହ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସେହି ଗାଁରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ହୋଇଥିବା ସେହି ଗାଁର କେତେକ ଯୋଗ୍ଯ ହିତାଧିକାରୀ ପାଇକମାଲ ବିଡିଓ ଙ୍କ ଠାରେ ଅଭିଯୋଗ ଆଣିଛନ୍ତି । ସେହି ଗାଁର ବିଶାଖା ସାହୁ,ଝସକେତନ ସାହୁ,ଯାଦବ ସାହୁ,ଦୁର୍ଯ୍ୟୋଧନ ସାହୁ,ନାରାୟଣ ସାହୁ,ଜୟଦେବ ସାହୁ,ଶକୁନ୍ତଳା ମର୍ହ,ଚକ୍ର ମର୍ହ ପ୍ରମୁଖ ଯୋଗ୍ଯ ହିତାଧିକାରୀ ଅଟନ୍ତି । ଏହି ଲୋକ ମାନେ ପ୍ରଧାନ ମନ୍ତ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ ହେବାର କଥା । କିନ୍ତୁ ଏ ମାନଙ୍କ ନାମ ଇନକ୍ମୋଜର ତାଳିକାରେ ଥାଇ ମଧ୍ଯ ଘର ପାଇବାରେ ବଞ୍ଚିତ ହୋଇଛନ୍ତି । ସେହି ଗାଁର ମଲା ଲୋକଙ୍କ ନାମରେ ଘର ମିଳୁଛି ବୋଲି ଅଭିଯୋଗ କରୁଛନ୍ତି । ବ୍ଲକର କେତେକ କର୍ମଚାରୀଙ୍କ ସହଯୋଗ ରେ ସଲାସୁତୁରା କରି ଧନୀ ଲୋକ ମାନେ ଘର ପାଉଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ଘର ପାଉନାହାନ୍ତି ବୋଲି ଅଭିଯୋଗ ହେଉଛି । ଅଭିଯୋଗ ହେଲା ପରେ ସଂପୃକ୍ତ କର୍ମଚାରୀ ମାନେ ଗାଁକୁ ଯାଇ ତୁମ ମାନଙ୍କ ଘର ମଞୁର ହୋଇ ଯାଇଛି ବୋଲି ଫଟୋ ଉଠାଇ ମଧ୍ଯ ଘର ମିଳି ନାହିଁ । ତେଣୁ ଉପରୋକ୍ତ ହିତାଧିକାରୀ ମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରୁ ଆଗାମୀ ସମୟରେ ଘର ଯୋଗାଇ ଦିଆନଯାଏ ତେବେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେବୁ ବୋଲି ଚେତାବନୀ ଦିଆଯାଇଛି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ।