Type Here to Get Search Results !

ମାସ୍କ ଓ ହେଲମେଟ ନିୟମ କଣ୍ ଖାଲି ଜନତା ଙ୍କ ପାଇଁ ?

 


ହିଞ୍ଜିଳିକାଟୁ / ଗଞ୍ଜାମ :-

ସାରା ରାଜ୍ୟରେ ବର୍ତ୍ତମାନ ହେଲମେଟ ଓ ମାସ୍କ ଯାଞ୍ଚ କଡାକଡି ଚାଲିଛି। କିଛି ଦିନ ତଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଯାଞ୍ଚ କଡାକଡି କରିବା ଓ ଫାଇନ ଅର୍ଥ ବୃଦ୍ଧି କରିବା ବେଶ୍ ଚର୍ଚ୍ଚା ଜୋର ଧରିଛି। ତେବେ ପ୍ରଶ୍ନ ଉଠେ ଏ ଯେଉଁ ଦଣ୍ଡ ତାହା ଶାରୀରିକ ହେଉ ଅବା ଅର୍ଥନୈତିକ ତାହା କଣ କେବଳ ଜନତା ଙ୍କ ପାଇଁ? ନା କୋରୋନା ନିୟମ ଜନତା ଙ୍କ ପାଇଁ ଅଲଗା ଓ ରାଜନେତା କିମ୍ବା ପୋଲିସ ପାଇଁ ଅଲଗା ?

ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ର  ବିଜୁ ପଟ୍ଟନାୟକ ଛକ ରେ ଦେଖାଯାଇଛି ଏଭଳି ଏକ ଦୃଶ୍ୟ। ଯେଉଁଠି ହେଲମେଟ ଓ ମାସ୍କ ଯାଞ୍ଚ ଚାଲିଥିଲା ସେଠାରେ ଜଣେ ପୋଲିସ ବାବୁ ବିନା ହେଲମେଟ ରେ ବାଇକ୍ ଚଢ଼ି ଯାଉଥିବା ବେଳେ ଅନ୍ୟ ଜଣେ ପୋଲିସ ବାବୁ ନାକ ତଳକୁ ମାସ୍କ ପିନ୍ଧି  ଚେକିଙ୍ଗ କରୁଛନ୍ତି। ତେବେ ଯଦି ସାଧାରଣ ଲୋକଟି ଏପରି କରିଥାନ୍ତା ତେବେ ଆଇନ୍ ର କେତେଗୁଡ଼ିଏ ଧାରା ଅଛି ସବୁ ତା ଉପରେ ଲାଗି ଯାଇଥାନ୍ତା। କିନ୍ତୁ ପୋଲିସ ବାବୁ ମାନଙ୍କୁ କିଏ କହିବ। ସେମାନଙ୍କ ହାତରେ ପରା ଆଇନ। ଦେଖାଯାଉ ଏ ଖବର ପ୍ରକାଶ ପରେ ବିଭାଗୀୟ କତୃପକ୍ଷ କଣ ପଦକ୍ଷେପ ନେଉଛନ୍ତି। ନା ଚୁପ୍ ହୋଇ ରହି ଯାଉଛନ୍ତି। ବ୍ୟୁରୋ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.