ପଦ୍ମପୁର / ବରଗଡ଼ :-
ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଅଧିନସ୍ଥ ଖାଲିଆମୁଣ୍ଡ ଗ୍ରାମ ଅଞ୍ଚଳରେ ଆଜି ସକାଳେ ମହୁଲ ଫୁଲ ସଂଗ୍ରହ ପାଇଁ ଯାଇଥିବା ବେଳେ ସେହି ଜଣଙ୍କୁ ହାତୀ ମାରି ଦେଇ ଥିବାର ସୂଚନା ମିଳିଛି। ସୂଚନା ଅନୁଯାୟୀ ଖାଲିଆମୁଣ୍ଡା ଗ୍ରାମର ଲାଦୁ ବଢେଇ ସକାଳେ ମହୁଲ ଫୁଲ ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଜିତେ ଦାନ୍ତ ହାତୀ ହଠାତ ଆଦି ଯିବାରୁ ଉକ୍ତ ସ୍ଥାନରୁ ସେ ଯାଇ ନ ପାରି ହାତୀ ଆକ୍ରମଣ ର ଶିକାର ହୋଇଥିଲେ। ଏହା ସହ ଗୋଟିଏ ଗାଈ କୁ ମଧ୍ୟ ଦଳି ଦେଇଛି ଦନ୍ତା। ସୂଚନ ପାଇବା ପରେ ବନ ବିଭାଗ ଉକ୍ତ ସ୍ଥାନ କୁ ପହଁଚି ମୃତକଙ୍କ ଘର ଲୋକଙ୍କୁ ଭେଟିବା ସହ ସରକାରୀ ସହାୟତା ପାଇଁ ପ୍ରଜ୍ରୀୟ ଆରମ୍ଭ ସହ ମୃତକ ଙ୍କ ଶବ କୁ ବ୍ୟବଛେଦ୍ୟ ପାଇଁ ପଠେଇଛନ୍ତି। ବନ ବିଭାଗ ସୂଚନା ଅନୁଯାୟୀ ଦୁଇଟି ହାତୀ କଲି ବଲାଙ୍ଗୀର ପଟୁ ଆସି ଝାଞ୍ଜ ପାହାଡ଼ ଆଡକୁ ଯାଉଥିବା ବେଳେ ହଠାତ କୌଣସି କାରଣରୁ ଫେରି ଆସି ଥିଲେ ଏବଂ ସକାଳୁ ଏହି ଘଟଣା ଘଟିଛି।ବନ ବିଭାଗ ହାତୀ ମାନଙ୍କୁ ଘଉଡେଇବା ପାଇଁ କାର୍ଯ୍ୟରତ ଥିବା ବେଳେ ହାତୀ ଚଲା ଅଞ୍ଚଳ ରେ ଥିବା ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଉଥିବା ଘେଁସ ରେଞ୍ଜର ଗଜେନ୍ଦ୍ର ଏଣ୍ଡଜା ସୂଚନା ଦେଇଛନ୍ତି ।
ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ