Type Here to Get Search Results !

ବିପଦ ସଂକୁଳ ଅବସ୍ଥାରେ କଟଙ୍ଗପାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା

 


ପଦ୍ମପୁର / ବରଗଡ଼ :-

ପାଇକମାଲ ବ୍ଲକ ମିଠାପାଲି ଗ୍ରାମ ପଞ୍ଚାୟତ କଟଙ୍ଗପାଲି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ବର୍ତ୍ତମାନ ବିପର୍ଯ୍ୟୟ ହୋଇ ମରଣଯନ୍ତା ପାଲଟି ଯାଇଛି । ଏହି ରାସ୍ତାରେ ଲୋକେ ତଥା ଛାତ୍ରଛାତ୍ରୀ ମାନେ ପାଇକମାଲ ସ୍କୁଲ କଲେଜ କୁ ପାଠପଢି ଯାଆନ୍ତି । ହେଲେ ଏହି ରାସ୍ତାରେ ସାଇକେଲ ମଧ୍ଯ ଚଳାଇ ବାକୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । ଖାଲି ଢିପ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ହୋଇଥିଲେ ମଧ୍ଯ ସାଇକେଲ ଚଳାଇବା କଷ୍ଟକର ବ୍ୟାପାର ହେଉଛି । ଏହି ରାସ୍ତାରେ ଅନେକ ଉଚ୍ଚ ପଦାଧିକାରୀ ପ୍ରଶାସନିକ ଅଧିକାରୀ ଦୈନନ୍ଦିନ ଯାତାୟତ କରୁଛନ୍ତି । ହେଲେ କାହାରି ଧ୍ଯାନ ନାହିଁ । ଏ ପରି ରାସ୍ତାରେ ରୋଗୀ ତଥା ପ୍ରସୂତି ମହିଳା ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନେବା ଆଣିବା କାଠିକାର ପାଠ ହେଉଛି । ଏହି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତାକୁ ପାଇକମାଲ ଅଞ୍ଚଳର ଜଣେ ନାମୀଦାମୀ ଠିକାଦାର ରାସ୍ତା କାମ କରିଥିଲେ । ଏହି ରାସ୍ତା କାମ ଅତିନିମ୍ନ କରି ଅର୍ଥ ହରିଲୁଟ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କଟଙ୍ଗପାଲି ଗ୍ରାମର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାକୁ ତୁରନ୍ତ ତଦନ୍ତ କରି ଠିକାଦାରଙ୍କ ବିରୁଦ୍ଧ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବୀ ହେଉଛି । ଏଣୁ ଏହି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାକୁ ପକା ରାସ୍ତା ନିର୍ମାଣ କରିବାକୁ କଟଙ୍ଗପାଲି ଗ୍ରାମବାସୀ ପକ୍ଷରୁ ଦୃଢ ଦାବିହୁଏ ।

ବରଗଡ଼ ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.