Type Here to Get Search Results !

ପିଡବ୍ଲୁଡି ବିଭାଗର ଫିରିଙ୍ଗି ଶାସନ, ଆଦିବାସୀ ଜମିକୁ ଜବରଦସ୍ତ ଦଖଳ କରି ରାସ୍ତାକାମ : ଥାନାରେ ଏତଲା

 


ପଦ୍ମପୁର :-

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ମଲଦା ଗ୍ରାମରେ ପିଡବ୍ଲୁଡି ବିଭାଗ ଦ୍ବାରା ନିର୍ମିତ ହେଉଥିବା ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ରେ ପିଡବ୍ଲୁଡି ବିଭାଗ ଫିରିଙ୍ଗି ଶାସନ ର ନିଦର୍ଶନ କରି ଜନୈକ ଆଦିବାସୀ ପରିବାର ର ଜମିକୁ ରେଜିଷ୍ଟ୍ର ନକରି ଯୋର ଜବରଦସ୍ତ ଉକ୍ତ ଜମିର ଦଖଲ୍ କରି ସଂପୃକ୍ତ ଠିକାଦାର ରାସ୍ତା ନିର୍ମାଣ କରି ଚାଲିଛନ୍ତି  । ରାସ୍ତାକାମ ବନ୍ଦ ପାଇଁ ଶ୍ରୀ ଭଗବାନ ବରିହା ଠିକାଦାର ଓ ପିଡବ୍ଲୁଡି ଅଧିକାରୀ ମାନଙ୍କୁ ଅନୁରୋଧ କରିବା ସତ୍ତ୍ବେ ସେମାନେ ଦାଦାଗିରି କରିବାରୁ ଶ୍ରୀ ବରିହା ପାଇକମାଲ ଥାନାରେ ପିଡବ୍ଲୁଡି ଏସଡିଓ ଶ୍ରୀ ଜିତେନ୍ଦ୍ର ମେହେର ଓ ଠିକାଦାର ଶ୍ରୀ ଜଗଦିଶ ବନଛୋର ଙ୍କ ବିରୁଦ୍ଧ ରେ ଏତଲା ଦେଇଛନ୍ତି  । ଏଠାରେ ପ୍ରକାଶ ଯୋଗ୍ଯ ଯେ ଶ୍ରୀ ଭଗବାନ ବରିହାଙ୍କ ଅଜା ସ୍ବର୍ଗତ ଜୟସିଂ ବରିହାଙ୍କ ନାମରେ ମଲଦା ଗ୍ରାମରେ ଖାତା ନଂ ୯୦ ୵ ୨ ରୁ ୦.୪୮ ଡିସିମିଲ ଏବଂ ଖାତା ନଂ ୩୦ ରୁ ୦.୬୩ ଡିସିମିଲ ସର୍ବ ମୋଟ ୧ ଏକର ୧୧ ଡିସିମିଲ ଜାଗାରେ ବିଜୁ ଏକ୍ସପ୍ରେସ ୱେ ରାସ୍ତା କାମ ନିର୍ମାଣ ହେବ । ଉକ୍ତ ଜାଗା ଏ ପର୍ଯ୍ୟନ୍ତ ପିଡବ୍ଲୁଡି ନାମରେ ରେଜିଷ୍ଟ୍ରେସନ ହୋଇ ନାହିଁ କିମ୍ବା ଜମି ବାବଦକୁ ବରିହା ପରିବାର ଟଙ୍କାଟିଏ ମଧ୍ଯ ପାଇ ନଥିବା ବେଳେ ଏସଡିଓ ଶ୍ରୀ ମେହେର ଓ ଠିକାଦାର ଯୋର ଜବରଦସ୍ତ ଜଣେ ଆଦିବାସୀଙ୍କ ଜମି ଦଖଲ କରିବା ଫିରିଙ୍ଗି ଶାସନ ର ନମୁନା ବୋଲି ଚର୍ଚ୍ଚା ହେଉଛି । ଥାନା ଅଧିକାରୀ ଏଥିରେ ହସ୍ତକ୍ଷେପ ନକଲେ ପୁରା ପରିବାର ବିଜୁ ଏକ୍ସପ୍ରେସ ୱେ ନିର୍ମିତ ହେଉଥିବା ସ୍ଥାନରେ ଆମରଣ ଅନଶନ ବସିବା ପାଇଁ ବାଧ୍ୟ ହେବେ ବୋଲି ଶ୍ରୀ ଭଗବାନ ବରିହା ସୂଚନା ଦେଇଛନ୍ତି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.