Type Here to Get Search Results !

ପଥପ୍ରାନ୍ତ ବନୀକରଣ ଯୋଜନା ଦିଗହରା



 ପଦ୍ମପୁର :-

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦ୍ବାରା ଗ୍ରାମାଞ୍ଜଳ ଗୁଡିକରେ ବନୀକରଣ କରିବା ପାଇଁ ପଥପ୍ରାନ୍ତ ବନୀକରଣ ଯୋଜନା ଆରମ୍ଭ କରି ସବୁଜ ସୁନ୍ଦର କରିବା କୁ ପ୍ରୟାସ କରାଯାଉଛି । କିନ୍ତୁ ସୁନ୍ଦର ଯୋଜନା କୁ ପ୍ରଣୟନ ପରେ ଯୋଜନା ଅଧପନ୍ନରିଆ ଭାବେ ରହୁଥିବା ଅନୁମାନ କରାଯାଉଛି । ଏମଜିଏନଆରଇଜିଏ ଦ୍ବାରା ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜୋଖିପାଲି ଠାରୁ ଲିଟିପାଲି ରାସ୍ତାରେ ପଥପାର୍ଶ୍ବ ବନୀକରଣ ନିମନ୍ତେ ବିଭିନ୍ନ ପ୍ରକାର ଗଛ ଲଗାଇବା ନିମନ୍ତେ ଲକ୍ଷାଧିକ ଟଙ୍କା ବିନିଯୋଗ କରାଯାଇଛି । କିନ୍ତୁ ବାସ୍ତବରେ ବନୀକରଣର ଚିତ୍ରବଟ ପୁରା ଅଲଗାପ୍ରକାର । ଲଗାଯାଇଥିବା ଗଛ ମଧ୍ୟରୁ କିଛି ସ୍ଥାନରେ ଗଛ ଅଛି କିନ୍ତୁ ଆଉ କିଛି ସ୍ଥାନରେ ଗଛ ଗୁଡିକ ଶୁଖିଗଲାଣି । ଗଛ କୁ ସୁରକ୍ଷିତ ରଖୁବା ପାଇଁ ଗଛ ଚାରିପାଖରେ ଜାଲି ଲଗାଯାଇଛି । କିନ୍ତୁ ଗଛ ଗୁଡିକର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ କଥା ସମସ୍ତେ ସମ୍ପୂର୍ଣ୍ଣ ଭୂଲିଯାଇଛନ୍ତି । ଅନେକ ଗଛ ସମ୍ପୂର୍ଣ୍ଣ ମରିଗଲାଣି କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଏଥିପ୍ରତି ପଡିପାରୁନାହିଁ । ପ୍ରତିଦିନ ଗଛଗୁଡିକୁ ପାଣି ଦିଆଯାଉନଥିବାରୁ ଗଛଗୁଡିକ ମରିଯାଉଥିବା ଜଣାପଡ଼ିଛି । ବନୀକରଣ ଯୋଜନା ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି , କିନ୍ତୁ ଯୋଜନା ର ସଫଳରୂପାୟନ ବାସ୍ତବରେ ଫଳଶୂନ୍ୟ ହୋଇଯାଇଛି ।ଏହିଭଳି ଜୋଖିପାଲି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ମଧ୍ୟ ଅନୁରୂପ ଭାବରେ ଦୁର୍ନୀତି ହେଉଥିବା ଅନୁମାନ କରାଯାଉଛି .ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସ୍ଥାନୀୟ ସଚେତନ ନାଗରିକଙ୍କ ପକ୍ଷରୁ ଦାବି ହୋଇଛି । ପଦ୍ମପୁର ରୁ ପ୍ରସନ୍ନ ମହାନନ୍ଦ ଙ୍କ ରିପୋର୍ଟ

Post a Comment

0 Comments
* Please Don't Spam Here. All the Comments are Reviewed by Admin.