Type Here to Get Search Results !

ଦେଶାତ୍ମବୋଧର ସହ NTPC ଦର୍ଲିପାଲିରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

 

ଉତ୍କର୍ଷ ଭବନ ପରିସରରେ NTPC ଦର୍ଲିପାଲି ପକ୍ଷରୁ ଦେଶାତ୍ମବୋଧ ଓ ଉତ୍ସାହର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଏଥିରେ NTPC କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗ ଯୋଗଦେଇଥିଲେ। ଦର୍ଲିପାଲି ପ୍ରକଳ୍ପ ମୁଖ୍ୟ ଶ୍ରୀ ଫୈଜ ତୈୟବଙ୍କ ଉପସ୍ଥିତିରେ ଜାତୀୟ ସଙ୍ଗୀତ ଓ ଦେଶାତ୍ମବୋଧକ ଗୀତ ପରିବେଷଣ ପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। CISF ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯିବା ସହ ତ୍ରିରଙ୍ଗା ବେଲୁନ୍ ଉଡ଼ାଯାଇଥିଲା। ଅବସରରେ ଶ୍ରୀ ଫୈଜ ତୈୟବ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇ ଦେଶର ପ୍ରଗତିରେ ସାମୂହିକ ଦାୟିତ୍ୱ, ଉତ୍କର୍ଷ ଓ ନିଷ୍ଠାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ HOP Meritorious Awards, Manveeyata Puraskar ଓ Power Excel Awards ପ୍ରଦାନ କରାଯାଇଥିଲା। NTPC ଦର୍ଲିପାଲିର କର୍ମଚାରୀ, ବାଲ ଭାରତୀ ପବ୍ଲିକ ସ୍କୁଲ, CISF, ସୁରକ୍ଷା କର୍ମଚାରୀ ଓ ସହଯୋଗୀ କର୍ମଚାରୀଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ମଧ୍ୟ ସମ୍ମାନିତ କରାଯାଇଥିଲା।


ଅଭିଳାଷା ଲେଡିଜ୍ କ୍ଲବ୍ ପକ୍ଷରୁ ଅଧ୍ୟକ୍ଷା ଶ୍ରୀମତୀ ତାଜିନ୍ ଜାୱେଦଙ୍କ ନେତୃତ୍ୱରେ ‘ମସଲା ବିକ୍ରୟ’ ପଦକ୍ଷେପର ଶୁଭାରମ୍ଭ ହୋଇଥିଲା। ଏଥିସହ ମେଧାବୀ GEM ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଯାତ୍ରାରେ ସହାୟତା ପାଇଁ ସାଇକେଲ ବଣ୍ଟନ କରାଯାଇଥିଲା। ଉତ୍ସବରେ ଭାରତର ବିବିଧତା ଓ ସଂସ୍କୃତିକୁ ନେଇ ଆୟୋଜିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା। ଏହି ଅବସରରେ NTPC ଦର୍ଲିପାଲି ପ୍ଲାଣ୍ଟର ଏକ କ୍ଷୁଦ୍ର ମଡେଲ୍ ମଧ୍ୟ ଉଦ୍‌ଘାଟନ କରାଯାଇଥିଲା। ଶ୍ରୀ ଫୈଜ ତୈୟବଙ୍କ ସହ GM (O&M), GM (Projects), GM (Maint. & ADM), CMO ଓ ବରିଷ୍ଠ NTPC ଅଧିକାରୀମାନେ ଉପସ୍ଥିତ ଥିଲେ।

ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା। ସମଗ୍ର ଆୟୋଜନ ଦେଶପ୍ରେମ, ଉତ୍କର୍ଷର ସମ୍ମାନ, ଯୁବ ପ୍ରତିଭାକୁ ପ୍ରୋତ୍ସାହନ ଓ NTPC ପରିବାର ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରିଥିଲା।

Post a Comment

0 Comments
* Please Don't Spam Here. All the Comments are Reviewed by Admin.