ଦୁଲଙ୍ଗା କୋଇଲା ଖଣି ପ୍ରକଳ୍ପ (DLCMP), ଏନ୍ଟିପିସି ମାଇନିଂ ଲିମିଟେଡ୍ (NML) ପରିସରରେ ଦେଶାତ୍ମବୋଧ ଓ ଉତ୍ସାହର ସହ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଏନ୍ଟିପିସିର କର୍ମଚାରୀ, ପରିବାରବର୍ଗ, ସ୍କୁଲ ଛାତ୍ରଛାତ୍ରୀ ଓ ପ୍ରକଳ୍ପ ଅଧିକାରୀମାନେ ଯୋଗଦେଇଥିଲେ।
ବନ୍ଦେ ମାତରମ୍ ଗାନରୁ ଉତ୍ସବର ଶୁଭାରମ୍ଭ ପରେ DLCMP ପ୍ରକଳ୍ପ ମୁଖ୍ୟ ଶ୍ରୀ ଅମୁଦଲା ପ୍ରତାପ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହାପରେ ଜାତୀୟ ସଙ୍ଗୀତ ପରିବେଷଣ କରାଯାଇଥିଲା।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ପ୍ରତାପ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏକତା, ଶୃଙ୍ଖଳା, ସୁରକ୍ଷା ଓ ନିଷ୍ଠାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଭାରତର ଶକ୍ତି ସୁରକ୍ଷାରେ NML ଦୁଲଙ୍ଗାର ଅବଦାନକୁ ସେ ଉଲ୍ଲେଖ କରିଥିଲେ। ଏଥିସହ କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ସଫଳତାକୁ ପ୍ରଶଂସା କରିଥିଲେ।
ଅବସରରେ ପୁରସ୍କାର ବଣ୍ଟନ ସମାରୋହ ଆୟୋଜିତ ହୋଇ Power Excel, HOP Merit, NTPC Medha, Student Merit ଓ OISF Achievement ବର୍ଗରେ କୃତୀମାନଙ୍କୁ ପୁରସ୍କୃତ କରାଯାଇଥିଲା।

