ସୁନ୍ଦରଗଡ଼ :
ଲୋଭ ଦେଖାଇ ନିବେଶ ନାଁରେ କୋଟିଏରୁ ଅଧିକ ଟଙ୍କା ଠକେଇ। ସୁନ୍ଦରଗଡ଼ ସାଇବର ଥାନାର ବଡ଼ ଆକ୍ସନ୍,ଅଭିଯୁକ୍ତ ଦମ୍ପତି ଗିରଫ, କୋର୍ଟ ଚାଲାଣ। My Digital Locker Coy ନାଁରେ ଫ୍ରଡ୍ ସଂସ୍ଥା ଖୋଲି ଟଙ୍କା ନିବେଶ କଲେ ନିର୍ଦ୍ଦିଷ୍ଟ ସମୟରେ ଦୁଇଗୁଣ ହେବ ବୋଲି ଦେଖାଉ ଥିଲେ ଲୋଭ। ଏହି ଜାଲରେ ପଡ଼ି ସୁନ୍ଦରଗଡ଼ ଟାଉନ ଥାନା ରଙ୍ଗାଢିପା ଅଞ୍ଚଳର ପ୍ରଶାନ୍ତ ନାଏକ ହରାଇଥିଲେ ୧ କୋଟି ୨୬ ଲକ୍ଷ ୩୪ ହଜାର ଟଙ୍କା। ଅଭିଯୋଗ ପରେ ସାଇବର ଥାନା କେସ୍ ନମ୍ବର ୫/୨୦୨୬ରେ ତଦନ୍ତ କରି ଅଭିନାଶ ଗ୍ରହାଚାର୍ଯ୍ୟ ଓ ତାଙ୍କ ସ୍ତ୍ରୀ ଇନ୍ଦୁଲେଖା ଓଝାଙ୍କୁ ଗିରଫ କରିଛି। ଉଭୟଙ୍କ ଘର ବାଲେଶ୍ୱର ଜିଲ୍ଲା ବୋଲି ଜଣା ପଡ଼ିଛି। ଭାରତୀୟ ନ୍ୟାୟ ସଂହିତାର ୩୧୮(୨)/୩୧୮(୪)/୩(୫) ଦଫାରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ସମ୍ପୃକ୍ତ ଫ୍ରଡ୍ ସାଇଟ୍ ଓ ନିବେଶ ସଂପର୍କିତ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଥିବା ଜଣାପଡ଼ିଛି।

