Type Here to Get Search Results !

ରହସ୍ୟ ଘେରରେ ସାମାଜିକ କର୍ମୀ ରବି ସୋନିଙ୍କ ନିଖୋଜ ଘଟଣା

 


ଝାରସୁଗୁଡ଼ା ଜିଲ୍ଲାରେ ଆର୍ଟିଆଇ ଆକ୍ଟିଭିଷ୍ଟ ତଥା ସାମାଜିକ କର୍ମୀ ରବି ସୋନିଙ୍କ ନିଖୋଜ ଘଟଣାକୁ ନେଇ ରହସ୍ୟ ଘନୀଭୂତ ହୋଇଛି। ରବି ସୋନି ‘ଓଡ଼ିଶା ଏଗେନଷ୍ଟ କରପ୍ସନ’ ସଂଗଠନ ସହ ଜଡ଼ିତ ଥିଲେ।

ସୂଚନା ଅନୁସାରେ, ଗତ ବୁଧବାର ନିଜ ମା’ଙ୍କ ସହ ଝଗଡ଼ା ହେବା ପରେ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ରବି ଘରୁ ବାହାରି ଯାଇଥିଲେ। ଏହାପରେ ତାଙ୍କ ସହ କୌଣସି ଯୋଗାଯୋଗ ହୋଇନଥିଲା। ଖୋଜାଖୋଜି ସମୟରେ ବ୍ରଜରାଜନଗର ଇବ୍ ନଦୀ ନିକଟରୁ ତାଙ୍କ ସ୍କୁଟି ଓ ଚାବି ମିଳିଥିବା ଜଣାପଡ଼ିଛି।

ରବି ସୋନି ସାମାଜିକ ଗଣମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ମତ ରଖିବା ସହ ନେତାଙ୍କ ବିରୋଧରେ ବୟାନବାଜି ଏବଂ ଟ୍ରକ୍ ୟୁନିଅନ ସମ୍ପର୍କିତ ମାମଲାରେ ସକ୍ରିୟ ଥିଲେ। ଯନ୍ତରମନ୍ତରରେ ସିଜେପି ଆନ୍ଦୋଳନରେ ଯୋଗଦେଇ ସେ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚିତ ହୋଇଥିଲେ।

ସ୍କୁଟି ଓ ଚାବି ନଦୀକୂଳରୁ ମିଳିଥିବାରୁ ରବି ନଦୀରେ ବୁଡ଼ିଯାଇଥିବା କିମ୍ବା ଭାସିଯାଇଥିବା ପୋଲିସ ଆଶଙ୍କା କରୁଛି। ତେବେ ଏଯାଏଁ ତାଙ୍କର କୌଣସି ପତ୍ତା ମିଳିନାହିଁ। ଘଟଣାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ଆଲୋଚନା ଓ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.