ଢେଙ୍କାନାଳ ଏକାଡେମୀ ଅଫ ମେଡିକାଲ ସାଇନସ ତରଫରୁ 80 ତମ ସ୍ୱାଧୀନତା ଦିବସ ପାଳିତ ହୋଇଅଛି । କଲେଜ ଠାରେ ପତାକା ଉତ୍ତୋଳନ କରାଯାଇଛି । ଏହି ଅବସରରେ କଲେଜ ର ଅଧ୍ୟକ୍ଷ୍ୟ ଡ଼କ୍ଟର ରଜନୀ କାନ୍ତ ତରାଇ ଭାଷଣ ମାଧ୍ୟମରେ ଜାତି ଓ ଦେଶ ଉଦେଶ୍ୟ ରେ ଉଦବୋଧନ ଦେଇଥିଲେ । ଅଧ୍ୟକ୍ଷ ଡ଼କ୍ଟର ତରାଇ ପତାକା ଉତୋଳନ କରି ଦେଶ ମାତୃକା ର ସେବା କରିବା ପାଇଁ ଆହ୍ୱାନ ଦେଇଥିଲେଦେଶର ବୀର ସହିଦ ମାନଙ୍କ ଅତୁଳନୀୟ ତ୍ୟାଗ ଓ ବଳିଦାନ କୁ ମନେ ପକେଇବା ସହ ଦେଶର ଉନ୍ନତି ପାଇଁ ସମସ୍ତେ ଏକ ହୋଇ କାମ କରିବା ପାଇଁ ନିବେଦନ କରିଥିଲେ lଦେଶ ଓ ଜାତି ଉଦେଶ୍ୟ ରେ ବକ୍ତବ୍ୟ ଦେଇଥିଲେ । କଲେଜ ର ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ କାଯ୍ୟକ୍ରମ ପରିବେଷଣ କରିଥିଲେଲ l
ଏହି ସ୍ୱାଧୀନତା ଦିବସରେ ଢେଙ୍କାନାଳ ର ଅବସରପ୍ରାପ୍ତ DPRO ପ୍ରମୋଦ କୁମାର ନାୟକ ଓ କଲେଜ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ରହି ଅନେକତାରେ ଏକତା ହିଁ ଆମ ଭାରତର ପରିଚୟ।ଧର୍ମ, ଜାତି ଓ ଭାଷାର ଭେଦଭାବ ଭୁଲି ଆସନ୍ତୁ ସମସ୍ତେ ଏକ ହୋଇ ଦେଶର ସୁରକ୍ଷା ଓ ପ୍ରଗତି ପାଇଁ ସଂକଳ୍ପ ନେବା ପାଇଁ ପ୍ରତିଜ୍ଞା ବଧ ର ବାର୍ତା ପରିପଦାନ କରିଥିଲେ l


