Type Here to Get Search Results !

ବ୍ରଜରାଜନଗର ଇବ୍ ନଦୀ ଘାଟରୁ ମିଳିଲା ନିଖୋଜ ସମାଜସେବୀ ରବି ସୋନିଙ୍କ ମୃତଦେହ

 


ଝାରସୁଗୁଡ଼ାର ଚର୍ଚ୍ଚିତ ନିଖୋଜ ଘଟଣାରେ ଆସିଲା ଦୁଃଖଦ ଖବର। ନିଖୋଜ ସମାଜସେବୀ, ଆର୍ଟିଆଇ ଆକ୍ଟିଭିଷ୍ଟ ତଥା ‘ଓଡ଼ିଶା ଏଗେନଷ୍ଟ କରପ୍ସନ’ ସଂଗଠନର କର୍ମୀ ରବି ସୋନିଙ୍କ ମୃତଦେହ ବ୍ରଜରାଜନଗର ଇବ୍ ନଦୀ ଘାଟରୁ ଉଦ୍ଧାର ହୋଇଛି।

ସୂଚନା ଅନୁସାରେ, ଗତ ବୁଧବାର ସନ୍ଧ୍ୟା ପ୍ରାୟ ୬ଟାରେ ଘରୁ ବାହାରିବା ପରେ ରବି ସୋନି ନିଖୋଜ ହୋଇଯାଇଥିଲେ। ପରେ ଇବ୍ ନଦୀ ନିକଟରୁ ତାଙ୍କ ସ୍କୁଟି ଓ ଚାବି ମିଳିଥିଲା। ଏହାପରେ ସେ ନଦୀରେ ବୁଡ଼ିଯାଇଥିବା ନେଇ ପୋଲିସ ଆଶଙ୍କା କରିଥିଲା।

ଶେଷରେ ଆଜି ଇବ୍ ନଦୀ ଘାଟରୁ ତାଙ୍କ ମୃତଦେହ ମିଳିବା ପରେ ଘଟଣାରେ ଦୁଃଖର ଛାୟା ଖେଳିଯାଇଛି। ତେବେ ରବି ସୋନିଙ୍କ ମୃତ୍ୟୁର ପ୍ରକୃତ କାରଣ କଣ, ତାହା ଏବେ ତଦନ୍ତର ବିଷୟ। ପୋଲିସ ଘଟଣାର ସମସ୍ତ ଦିଗରୁ ତଦନ୍ତ ଜାରି ରଖିଛି।

Post a Comment

0 Comments
* Please Don't Spam Here. All the Comments are Reviewed by Admin.