ଝାରସୁଗୁଡା :-
ଝାରସୁଗୁଡା ଜିଲ୍ଲାର କୋଲାବିରା ଅଞ୍ଚଳରେ ପୁଣିଥରେ ବେଆଇନ ମଦ ବ୍ୟବସାୟ ଉପରେ ପୋଲିସର କଡା କାର୍ଯ୍ୟାନୁଷ୍ଠାନ ଦେଖାଯାଇଛି, କୋଲାବିରା ଗ୍ରାମରୁ ବେଆଇନ ଭାବେ ସଂଗ୍ରହ ଓ ବିକ୍ରି ପାଇଁ ରଖାଯାଇଥିବା ବହୁ ପରିମାଣର ମଦ ଜବତ କରାଯାଇଛି। ଏହି ଘଟଣାରେ ମାଲିଡିହି ଗ୍ରାମର ଚନ୍ଦନ ସାହୁଙ୍କୁ ପୋଲିସ ଗିରଫ କରିଛି। ପୋଲିସ ତଥ୍ୟ ଅନୁସାରେ, ଗୁପ୍ତ ସୂଚନା ପାଇ ପୋଲିସ ଚନ୍ଦନ ସାହୁଙ୍କ ଘରେ ଚଢ଼ାଉ କରିଥିଲେ। ତଦନ୍ତ ସମୟରେ ତାଙ୍କ ଘରୁ ପ୍ରାୟ ୯୦ଟି ମଦ ବୋତଲ ଓ ୧୪ଟି ବିଅର କେନ ଜପତ କରାଯାଇଥିଲା। ଏହି ସମସ୍ତ ମଦ ବେଆଇନ ଭାବେ ସଂଗ୍ରହ କରି ବିକ୍ରି ପାଇଁ ରଖାଯାଇଥିବା ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କ ବିରୋଧରେ ଓଡ଼ିଶା ଏକ୍ସାଇଜ ଆଇନର ଧାରା ୫୨(ଏ) ଅନୁସାରେ ମାମଲା ରୁଜୁ କରିଛି। ଆଜି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଲାଣ କରାଯାଇଛି। ଏହି ଘଟଣା ଅଞ୍ଚଳରେ ବେଆଇନ ମଦ ବ୍ୟବସାୟ ଉପରେ ପୋଲିସର ସତର୍କତାକୁ ପ୍ରକାଶ କରୁଛି।

