Type Here to Get Search Results !

ଓଡିଶା ମେଡିକାଲ ଡିଭାଇସ ଏକ୍ସପୋ–2026 ଶୁଭାରମ୍ଭ

 


ଭୁବନେଶ୍ୱର :

ଓଡିଶା ମେଡିକାଲ ଡିଭାଇସ ଏକ୍ସପୋ–2026 ର ଶୁଭାରମ୍ଭ ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଛି। ରାଜ୍ୟରେ ଆଧୁନିକ ଚିକିତ୍ସା ପ୍ରଯୁକ୍ତି ଓ ମେଡିକାଲ ଉପକରଣ ଶିଳ୍ପକୁ ଆଗେଇ ନେବା ଲକ୍ଷ୍ୟରେ ଏହି ଏକ୍ସପୋର ଆୟୋଜନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଓଡିଶା ମେଡିକାଲ ସର୍ଭିସେସ୍ ଅସୋସିଏସନ୍‌ (OMSA) ର ପ୍ରମୁଖ ସଦସ୍ୟମାନେ, ଶିଳ୍ପପତି, ଡାକ୍ତର ଓ ବିଭିନ୍ନ ସଂସ୍ଥାର ପ୍ରତିନିଧିମାନେ ଯୋଗଦେଇଥିଲେ। 

ଉଦ୍ଘାଟନୀ ଅଭିଭାଷଣରେ ଅତିଥିମାନେ କହିଥିଲେ ଯେ, ଓଡିଶାରେ ମେଡିକାଲ ଡିଭାଇସ ନିର୍ମାଣ ଓ ବିନିଯୋଗର ବିଶାଳ ସମ୍ଭାବନା ରହିଛି। “ମେକ୍ ଇନ୍ ଇଣ୍ଡିଆ” ଓ ଆତ୍ମନିର୍ଭର ଭାରତ ଅଭିଯାନକୁ ସାର୍ଥକ କରିବା ପାଇଁ ଏପରି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ବୋଲି ସେମାନେ ମତପ୍ରକାଶ କରିଥିଲେ।



ଏକ୍ସପୋରେ ନବୀନତମ ଚିକିତ୍ସା ଉପକରଣ, ଡାୟାଗ୍ନୋଷ୍ଟିକ୍ ସାମଗ୍ରୀ ଓ ହେଲ୍ଥକେୟାର ଟେକ୍ନୋଲୋଜି ପ୍ରଦର୍ଶିତ ହୋଇଥିଲା। ରାଜ୍ୟର ଶିଳ୍ପ ବିକାଶ ଓ ନୂତନ ନିଯୁକ୍ତି ସୃଷ୍ଟିରେ ଏହା ମାଇଲସ୍ଟୋନ୍ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

ଏହି ଅବସରରେ ବିଭିନ୍ନ ଶିଳ୍ପ ଉଦ୍ୟମୀ ଓ ସ୍ୱାସ୍ଥ୍ୟ ଖାତାର ବିଶେଷଜ୍ଞମାନେ ମେଡିକାଲ ଡିଭାଇସ ଶିଳ୍ପର ଭବିଷ୍ୟତ ନେଇ ଆଲୋଚନା କରିଥିଲେ।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.