Type Here to Get Search Results !

ଭଦ୍ରକ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ


ଭଦ୍ରକ :

ଭଦ୍ରକ ଜିଲ୍ଲା ପ୍ରଶାସନ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଭଦ୍ରକ ଗାନ୍ଧୀ ପଡିଆ ଠାରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦିଲୀପ ରାଉତରାଏ ନୂଆବଜାର ଗାନ୍ଧୀ ପଡିଆ ସ୍ଥିତ ଗାନ୍ଧୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲାର ପ୍ରଶାସନିକ ଅଧିକାରୀ, ବରିଷ୍ଠ ନାଗରିକ ମହାସଂଘ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର କର୍ମକର୍ତ୍ତା, ଜିଲ୍ଲା ଅଗ୍ନିଶମ ବିଭାଗ, ପୌରପାଳିକା କର୍ମଚାରୀ, ଗାନ୍ଧୀ ଓଡିଶା ବାଳ।ଶ୍ରମର ଅନ୍ତେବାସୀ ଯୋଗ ଦେଇ ଗାନ୍ଧୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଇଂ ଅଖିଳ ମୋହନ ପାଢ଼ୀ, ଶାନ୍ତନୁ ରାଉତ, ବରିଷ୍ଠ ନାଗରିକ ମହାସଂଘ ର ସାଧାରଣ ସମ୍ପାଦକ କୈଳାସ ମହାପାତ୍ର, ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ସଭାପତି ଅଜୟ ନାୟକ, ଓକିଲ ସଂଘର ଦିବ୍ୟସିଂହ ନାୟକ, ବୁଦ୍ଧିଜୀବୀ ଗୟାଧର ପଣ୍ଡା, ଅଶୋକ ଦାସ, ଗୌରାଙ୍ଗ ବାରିକ, ଶଶି ଭୂଷଣ ପଣ୍ଡା, ଲକ୍ଷ୍ମୀକାନ୍ତ ବାରିକ, ତ୍ରିଲୋଚନ ପଣ୍ଡା ପ୍ରମୁଖ ଯୋଗ ଦେଇ ଗାନ୍ଧିଜୀଙ୍କ ସ୍ମୃତିଚାରଣ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.