Type Here to Get Search Results !

ଭଦ୍ରକ ଜିଲ୍ଲାସ୍ତରୀୟ ଜୁନିୟର ରେଡ୍‌କ୍ରସ ଶିବିର ଉଦ୍‌ଯାପିତ

 


ଭଦ୍ରକ :

 ଭଦ୍ରକ ତା.୩୦.୦୧.୨୦୨୬ ରିଖରେ ଭଦ୍ରକ ଚରମ୍ପାସ୍ଥିତ ଆର୍‌.ସି.ବି.ଏଲ୍‌. ସରକାରୀ ଉଚ୍ଚ ବିଦ୍ୟାଳୟରେ ୩ଦିନ ବ୍ୟାପି ଭଦ୍ରକ ଜିଳ୍ଲାସ୍ତରୀୟ ଜୁନିୟର ରେଡକ୍ରସ ଶିବିର ଉଦ୍‌ଯାପିତ ହୋଇ ଯାଇଅଛି। ଏହି ଶିବିରରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ସଡ଼କ ସୁରକ୍ଷା ପ୍ରାଥମିକ ଚିକିତ୍ସା, ଜଳବାୟୁ ପରିବର୍ତ୍ତନ, ଅଗ୍ନି ନିରାପତ୍ତା, ରକ୍ତଦାନ, ଏଡ଼ସ ସଚେତନତା ଇତ୍ୟାଦି ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଜିଲ୍ଲା ଅତିରିକ୍ତ ପରିବହନ ଅଧିକାରୀ ସଡ଼କ ସୁରକ୍ଷା ସମ୍ବନ୍ଧରେ ଓ ଅଗ୍ନି ନିରାପତ୍ତା ସେବା ଅଧିକାରୀ ଗଣ ଅଗ୍ନି ନିରାପତ୍ତା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସାଧନ କର୍ମୀ ଭାଗବତ ସୂତାର, ତରଣୀସେନ ଜେନା, ସୁଶାନ୍ତ ବିଶ୍ୱାଳ, ମହେଶ୍ୱର ରାଉତ୍‌, ଅଜୟ ମହାରଣା, ଲିଜା ଦାସ, ଲିଲିରାଣୀ ନାୟକ, ଦେବାଶିଷ ଆଚାର୍ଯ୍ୟ, ବିଶ୍ୱରଞ୍ଜନ ମଲ୍ଲିକ, ରୁବିନା ଖାତୁନ, ଅରୁଣ ବାରିକ, ମାନସ ରଞ୍ଜନ ମିଶ୍ର ପ୍ରମୁଖ ଶିବିରରେ ସର୍ବଧର୍ମ ପ୍ରାର୍ଥନା, ଯୋଗ ପ୍ରାଣାୟମ, ବ୍ୟାୟାମ, ସ୍ୱଚ୍ଛତା କାର୍ଯ୍ୟକ୍ରମ ଇତ୍ୟାଦି ପରିଚାଳନା କରିଥିଲେ। ବିଭିନ୍ନ ବିଭାଗ ଯଥା କୁଇଜ୍‌, ପ୍ରବନ୍ଧ, ରଙ୍ଗୋଲି, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ, ପ୍ରାଥମିକ ଚିକିତ୍ସା, ପ୍ରଦର୍ଶନୀ ଇତ୍ୟାଦିରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ପ୍ରଦର୍ଶନୀ ଇତ୍ୟାଦିରେ ଛାତ୍ରଛତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। 


ଏଥିରେ ଦୁଇଶତ ଏଗାରଟି ବିଦ୍ୟାଳୟରୁ ସାତଶହ ତିନିଜଣ ଶିବିରାର୍ଥ ଯୋଗଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀ ରାଜା ସ୍ତରୀୟ ଶିବିରରେ ଫେବୃୟାରୀ ୯ ତାରିଖରେ ୟୁନିଟ ୧ ବିଦ୍ୟାଳୟରେ ଯୋଗଦାନ କରିବେ। ବିଭିନ୍ନ ପ୍ରତିଯୋଗିତାରେ ଶ୍ରୀ ନୃସିଂହ ଚରଣ ସାହୁ, ବସନ୍ତ କୁମାର ଲେଙ୍କା, ଖଗେଶ୍ୱର ଜେନା, ମଦନ ମୋହନ ପାଣିଗ୍ରାହୀ, ଦିପ୍ତିମୟୀ ସାହୁ, ଜିତେନ୍ଦ୍ର ମିଶ୍ର ବିଚାରକ ଭାବରେ ଯୋଗଦାନ କରିଥିଲେ। ଏହି ଶିବିରକୁ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ପରିଦର୍ଶନ କରି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଓ ବନ୍ଧୁତା ସମ୍ପର୍କରେ ଆଲୋକପାତ କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଭଦ୍ରକଜିଲ୍ଲା ଶିକ୍ଷାଧିକାର ଡଃ ଜଗବନ୍ଧୁ ସାହୁ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାର ଡଃ ପ୍ରଫୁଲ କୁମାର ସାହୁ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଶିବିରାର୍ଥିଙ୍କୁ ପୁରସ୍କାର ବିତରଣ କରିଥିଲେ। ସଭାରେ ଜିଲ୍ଲା ଜୁନିୟର ରେଡକ୍ରସ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ନାୟକ ବିବରଣୀ ପ୍ରଦାନ, ଜିଲ୍ଲା ଜୁନିୟର ରେଡକ୍ରସ ଅଧିକାରୀ ନରେନ୍ଦ୍ର ପ୍ରସାଦ ସାହୁ, ସ୍ୱାଗତ ଭାଷଣ ଓ ସଂଗଠନ ସଂପାଦକ ଉମେଶ ଚନ୍ଦ୍ର ମାଝି ଧନ୍ୟବାଦ ଅର୍ପଣ କରିଥିଲେ। ସମରେନ୍ଦ୍ର ମିଶ୍ର, ପ୍ରଦୀପ ପାଣିଗ୍ରାହୀ, ଅକ୍ଷୟ ସେଠୀ, ମଞ୍ଚ ପରିଚାଳନା କରିଥିଲେ। ଶିବନାରାୟଣ ପତି, ବୈକୁଣ୍ଠ ଚରଣ କାଣ୍ଡି, ଗୀତାଞ୍ଜଳି ନାୟକ, ଦିପକ ସୂତାର, ଅମିତା ପୁହାଣ, ମନ୍ଦାକିନୀ ନାୟକ, ଜୟନ୍ତୀ ନାୟକ, ମମତା ବିଶ୍ୱାଳ, ରାଧାକୁମାରୀ ପରିଡ଼ା ସର୍ପରାଜ ବାନୋ, ସୁବାଶିନି ପୃଷ୍ଟି, କେଶବ ଧଳ , ଲତିକା ବେହେରା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.