ତିହିଡି :
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ବୀରଞ୍ଚି ନାରାୟଣ ଯାତ୍ରୀ ଅବର୍ଥନା ଗୃହ ପରିସରରେ ଭାରତ ଗ୍ୟାସ କମ୍ପାନୀ ତରଫରୁ ଆରମ୍ଭ ହୋଇଛି ସୁରକ୍ଷା ଓ ସଚେତନା କାର୍ଯ୍ୟକ୍ରମ l ଏହି ଅବସର ରେ ପାଳିଆବିନ୍ଧା ରାଉତ ଭାରତ ଗ୍ୟାସ ଏଜେନ୍ସି ମିଳିତ ଆନୁକୂଲ୍ୟରେ ବୀରଞ୍ଚି ନରାୟଣ ପରିସରରେ ଉଜ୍ୱଳା ହିତାଧିକାରୀ ଙ୍କୁ ନେଇ ବିଶ୍ଵାଳ ମୋ ସୁରକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଭାରତ ପ୍ରେଟୁଲିୟମ ବିଭାଗର ଓଡିଶା ମୁଖ୍ୟ ରାଜ କୁମାର ସିଂ, ସଂମ୍ମାନିତ ଅତିଥି ଆଂଚଳିକ ଭାରତ ଏଲପିଜି ପରିଚାଳକଖୁର୍ଦ୍ଧା ରବିନ୍ଦ୍ର ପାଲ ସିଂ ମୁଖ୍ୟବକ୍ତା ଭାବେ ଓଡିଶା ମୁଖ୍ୟ ସେଲସ୍ ଅଫିସର ପ୍ରସନ୍ନ ପ୍ରଧାନ, ମୁଖ୍ୟ ଆୟୋଜକ ଚକ୍ରଧର ରାଉତ ଏହି ଅଭିଯାନ ରେ ସାମିଲ ହୋଇ ଗ୍ରାହକ ମାନଙ୍କ ଘରେ ଗ୍ୟାସ କୁ ସୁରକ୍ଷିତ ଭାବରେ ରଖିବା ସହିତ ଗୃହିଣୀ ମାନେ କିପରି ସୁରକ୍ଷିତ ଭାବରେ ରୋଷେଇ କରିବେ, କୌଣସି ଦୁର୍ଘଟଣା ରୁ ନିଜକୁ ସୁରକ୍ଷିତ ରଖିବେ ସେ ବିଷୟରେ ସଚେତନ କରାଇଵା ସହିତ ଗୃହିଣୀ ମାନଙ୍କୁ ଗ୍ୟାସ କୁ ସତର୍କତା ଓ ସୁରକ୍ଷା ସହିତବ୍ୟବହାର ଜୀବନ ଅଭ୍ୟାସ ବିଷୟ ରେ ସଚେତନା ସୃଷ୍ଟି କରିବା ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ଚେତନତା କରାଇଥିଲେ l
ଭଦ୍ରକ ଜିଲ୍ଲାର ପାଳିଆ ସ୍ଥିତ ରାଉତ ଭାରତ ଗ୍ୟାସ ପାଳିଆ ମିଳିତ ଆନୁକୂଲ୍ୟ ରେ ଆଖଣ୍ଡଳମଣି ଭାରତ ଗ୍ୟାସ ଧୁଷୁରୀ , ଆସା ଭାରତ ଗ୍ୟାସ, ଫେମ ଗ୍ୟାସ ଚାନ୍ଦବାଲି, ରାମେଶ୍ୱର ଭାରତ ଗ୍ୟାସ ବରପଦା ଏଥିସହିତ ୫ଗୋଟି ଗୋଟି ଗ୍ୟାସ ଏଜେନ୍ସି ମିଳିତ ସହଯୋଗ ରେ ସଚେତନ ଅଭିଯାନ ଆରମ୍ଭ ହୋଇଥିଲା l ରାଉତ ଭାରତ ଗ୍ୟାସ ର ମୁଖ୍ୟ ମଧୁଚନ୍ଦା ରାଉତ, ଚକ୍ରଧର ରାଉତ ଙ୍କ ନେତୃତ୍ୱ ରେ ଆଜିର ମୋ ସୁରକ୍ଷା ସଚେତନତା ଅଭିଯାନ ହୋଇଥିଲା l ସର୍ବ ଶେଷରେ ମହିଳା ଗ୍ୟାସ ଉପଭୋକ୍ତା ମାନଙ୍କୁ ଗ୍ୟାସ ର ବ୍ୟବହାର ସମ୍ବଧୀୟ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ କରାଯାଇଥିଲା l ସଠିକ ଉତ୍ତର ଦାତାଙ୍କୁ ଲାଇଟର, ଗ୍ୟାସ ପାଇପ, ଟାଙ୍କି ଷ୍ଟାଣ୍ଡ ପ୍ରଦାନ କରାଯାଇଥିଲା l ରାଉତ ଭାରତ ଗ୍ୟାସ ପାଳିଆର ଅଫିସ କର୍ମଚାରୀ ମଧ୍ୟ୍ୟରେ ଆକାଶ ଶତପଥୀ, ପ୍ରମୋଦ ଭଞ୍ଜ , ବସନ୍ତ ମଲ୍ଲିକ, ଅକ୍ଷୟ ରାଉତ, ରବିନ୍ଦ୍ର ବେହେରା, ମନୋଜ ରାଉତ, ନରେନ୍ଦ୍ର ମଲ୍ଲିକ, ନିରୋଧ ସେଠୀ, ମନୋଜ ନାୟକ ଓ ଅନ୍ୟ ସଦସ୍ୟ ମାନେ ମୋ ସୁରକ୍ଷା କୁ ସଫଳ କରାଇଥିଲ l

