Type Here to Get Search Results !

ବିଶ୍ୱ ହିନ୍ଦୁ ସମ୍ମିଳନୀରେ ତାପସ ମିଶ୍ର ‘ଶିକ୍ଷା ଶ୍ରୀ’ ସମ୍ମାନରେ ସମ୍ମାନିତ

 


ଝାରସୁଗୁଡା :

ଝାରସୁଗୁଡ଼ା ଜିଲ୍ଲାର ବିଶିଷ୍ଠ ଶିକ୍ଷାବିତ ତଥା ଶିକ୍ଷା ସେବା କ୍ଷେତ୍ରରେ ଦୀର୍ଘଦିନ ଧରି ଅବଦାନ ରଖିଥିବା ତାପସ ମିଶ୍ର ଙ୍କୁ ବଡ଼ମାଳ ଠାରେ ଆୟୋଜିତ ବିଶ୍ୱ ହିନ୍ଦୁ ସମ୍ମିଳନୀ ପକ୍ଷରୁ ‘ଶିକ୍ଷା ଶ୍ରୀ’ ସମ୍ମାନରେ ସମ୍ମାନିତ କରାଯାଇଛି। ଶିକ୍ଷା କ୍ଷେତ୍ରରେ ତାଙ୍କର ନିଷ୍ଠା, ନେତୃତ୍ୱ ଓ ସମାଜ ଗଢ଼ାଣିରେ ଅବଦାନକୁ ଦୃଷ୍ଟିରେ ରଖି ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ତାପସ ମିଶ୍ର  ସ୍ୱୟଂ ଉପସ୍ଥିତ ହୋଇପାରିନଥିବା ବେଳେ, ତାଙ୍କ ପକ୍ଷରୁ ଧର୍ମପତ୍ନୀ ସମ୍ମାନ ପୁରସ୍କାର ଗ୍ରହଣ କରିଥିଲେ। ତାଙ୍କୁ ଯୋଗାଯୋଗ କରି ପଚାରାଯାଉଥିବାବେଳେ, ସେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ନିଜର ଅକ୍ଷମତା ପ୍ରକାଶ କରି ‘ରାଜ କାର୍ଯ୍ୟ ପ୍ରଥମେ’ ବୋଲି କହି, ଧର୍ମପତ୍ନୀଙ୍କୁ ଏହି ବିଶିଷ୍ଟ ପୁରସ୍କାର ଗ୍ରହଣ ପାଇଁ ପଠାଇଥିବା ମତ ପ୍ରକାଶ କରିଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.