ଭୁବନେଶ୍ୱର:
ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ବିଧାନସଭାରେ ସମ୍ପ୍ରତି ପାସ୍ ହୋଇଥିବା ବିରୋଧୀ ଦଳ ନେତାଙ୍କ ବେତନ ଓ ଭତ୍ତା ବୃଦ୍ଧିକୁ ସେ ଗ୍ରହଣ ନକରିବାକୁ ଘୋଷଣା କରିଛନ୍ତି।
ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲେଖିଥିବା ଚିଠିରେ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର ଜନସାଧାରଣଙ୍କ ପ୍ରେମ ଓ ସମର୍ଥନ ଦ୍ୱାରା ସେ ୨୫ ବର୍ଷରୁ ଅଧିକ ସମୟ ଧରି ସେବା କରିଆସୁଛନ୍ତି।
ପୂର୍ବରୁ ୨୦୧୫ ମସିହାରେ କଟକର ଆନନ୍ଦ ଭବନକୁ ଜନସାଧାରଣଙ୍କ ଉପଯୋଗ ପାଇଁ ଦାନ କରାଯାଇଥିବା ଉଲ୍ଲେଖ କରି, ଏହି ବେତନ ବୃଦ୍ଧିର ରାଶିକୁ ରାଜ୍ୟର ଗରିବ ଲୋକଙ୍କ କଲ୍ୟାଣରେ ବ୍ୟବହାର କରିବାକୁ ସେ ଅନୁରୋଧ କରିଛନ୍ତି।
ନବୀନ ପଟ୍ଟନାୟକଙ୍କ ଏହି ପଦକ୍ଷେପକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଆରମ୍ଭ ହୋଇଛି।

