ଝାରସୁଗୁଡା :-
ଝାରସୁଗୁଡା ଜିଲ୍ଲା ସରବାହାଲ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁଦିବସ ଗତ ଶୁକ୍ରବାର ୫ ସେପ୍ଟେମ୍ବର ରେ ବହୁ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଡକ୍ତର ରାଧାରମଣ ବିରତିଆ, ଅନ୍ୟାନ୍ୟ ଅତିଥି ରୂପେ ହୃଷିକେଶ ମିଶ୍ର, ଆଦିତ୍ୟ ପୂଜାରୀ, ପୁଣ୍ୟବତୀ ହେଲେନ ଜେସ, ସିଡିପିଓ ସୁଲମା ଟୁଡୁ ଆଦି ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଗୁରୁଶିଷ୍ୟ ପରମ୍ପରା ବିଷୟରେ ବକ୍ତବ୍ୟ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅନେକ ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ଙ୍କୁ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ କୁ ଅଧ୍ୟକ୍ଷତା କରିଥିଲେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ତାପସ କୁମାର ମିଶ୍ର। ଗତିକୃଷ୍ଣ ପଣ୍ଡା ଓ ବସନ୍ତ କୁମାର ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସଭାରେ ସହଯୋଗ କରିଥିଲେ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ। ସଭାପତି ଶେଷରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ପଦ୍ମନାଭ ନାଏକ ଓ ସୁରେନ୍ଦ୍ର ରାଉତ, ସମସ୍ତ ଅତିଥି, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ୟୁରୋ ରିପୋର୍ଟ


