ସୁନ୍ଦରଗଡ଼ :-
ଅଗଷ୍ଟ ୧୩ ତାରିଖ ବୁଧବାର ଦିନ ଏନଟିପିସି ଦର୍ଲିପାଲି ସିଆଇଏସଏଫ ଯବାନଙ୍କ ଦ୍ୱାରା ହର ଘର ତ୍ରିରଙ୍ଗା ରାଲି ଡେପୁଟି କମାଣ୍ଡାଣ୍ଟ ଲଲାଟେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ କରାଯାଇଥିଲା l ନିଶାନ-ଏ-ଏକତାରେ 'ହର ଘର ତିରଙ୍ଗା' ଅଭିଯାନରେ ଯବାନ ମାନେ ବାଇକ୍ ରାଲିରେ ଦର୍ଲିପାଲି, ଜେ. ରାଏବଗା, ରାଏଡିହିର ସମଗ୍ର ଅଞ୍ଚଳରେ ଜାତୀୟ ଏକତାର ବାର୍ତ୍ତା ପ୍ରସାର କରିଥିଲେ।
୫୦ରୁ ଅଧିକ ସିଆଇଏସଏଫ ଯବାନ, କ୍ୟାମ୍ପସ କର୍ମଚାରୀ ବାଇକ୍ ରାଲିରେ ତ୍ରିରଙ୍ଗା ପତାକା ପ୍ରଦର୍ଶନ ରେ ଯୋଗ ଦେଇଥିଲେ।
ଦେଶ ଭକ୍ତିର ବାର୍ତ୍ତା ଏହି କାର୍ଯ୍ୟକ୍ରମ "ହର ଘର ତ୍ରିରଙ୍ଗା" ଅଭିଯାନର ଉଦ୍ଦେଶ୍ୟକୁ ସ୍ପଷ୍ଟ ଭାବରେ ଉପସ୍ଥାପନ କରିଥିଲା - ଦେଶପ୍ରେମ ଏବଂ ଜାତୀୟ ଏକତା। ଏହି ପଦକ୍ଷେପ କେବଳ ସ୍ୱାଧୀନତା ଦିବସ ପାଳନରେ ଯୋଗ କରି ନ ଥିଲା ବରଂ ପରିବେଶକୁ ସଂଯୋଗ କରୁଥିବା ସାମୁଦାୟିକ ଭାବନାକୁ ମଧ୍ୟ ମଜବୁତ କରିଥିଲା।