Type Here to Get Search Results !

ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

 


ଝାରସୁଗୁଡ଼ା :-

ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚ ପକ୍ଷରୁ ସ୍ଥାନୀୟ ମେଘଦୂତ ହୋଟେଲ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିନ ଅଗଷ୍ଟ ୧ତାରିଖକୁ ସମ୍ବଲପୁରୀ ଦିନ ଭାବେ ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚ ଦୀର୍ଘ ଦୁଇ ବର୍ଷ ହେବ ପାଳନ କରି ଆସୁ ଆସୁଥିବା ବେଳେ ଚଳିତ ବର୍ଷ ହେବାକୁ ଥିବା ସମ୍ବଲପୁରୀ ଦିନ କାର୍ଯ୍ୟକ୍ରମର ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚ ପକ୍ଷରୁ ସୂଚନା ପ୍ରଦାନ କରିଛି । ଆସନ୍ତା ୧ ତାରିଖ ସକାଳ ୯ଟା ସମୟରେ ରେଳ ଷ୍ଟେସନ ଛକ କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି ଏମ ସି ଏଲ ଅଡିଟୋରିୟମରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ରାତ୍ରି ନଅ ଟା ପର୍ଯ୍ୟନ୍ତ ହେବାକୁ ଥିବା କାର୍ଯ୍ୟକ୍ରମରେ ସମ୍ବଲପୁରୀ ଫେସନ ଶୋ, ସମ୍ବଲପୁରୀ ନାଚ ଓ ଗୀତ, ରଙ୍ଗୋଲି ପ୍ରତିଯାଗିତା ହେବାକୁ ଥିବାବେଳେ ସ୍ଥାନୀୟ କଳାକାର, ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ।ତାହା ସହିତ ପ୍ରସିଦ୍ଧ ସମ୍ବଲପୁରୀ ବ୍ୟଙ୍ଗ କବି ମନ ମାଷ୍ଟ୍ରେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରସିଦ୍ଧ ସମ୍ବଲପୁରୀ ଗାୟକ ଶାଶ୍ଵତ ତ୍ରିପାଠୀ ଓ ସମ୍ବଲପୁରୀ ଗାୟିକା ତପଶ୍ୱନୀ ଦାସ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସମ୍ବଲପୁରୀ ଦିନ କୁ ମୁଖ୍ୟ ଅତିଥି ଭାଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବାକୁ ଥିବା ବେକେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ,ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ,ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।ସମ୍ବଲପୁରୀ ଭାଷା ସାହିତ୍ୟ ଓ ସଂସ୍କୃତି ମଞ୍ଚ ର ସଂଯୋଜକ ସୁବ୍ରତ ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ମନୋରଂଜନ ମହାପାତ୍ର,ବିମଳେନ୍ଦୁ ଭୋଳ,ମାନସୀ ପଣ୍ଡା,ବିଜୟ ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Post a Comment

0 Comments
* Please Don't Spam Here. All the Comments are Reviewed by Admin.